Live Odisha Tv

ନଦୀକୁ ଖସିପଡିଲା ବସ୍‌

ପଡୋଶୀ ଦେଶନେପାଳରେ ଶୁକ୍ରବାର ଭୋର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଧ୍ୟ ନେପାଳରେ ମଦନଆଶ୍ରିତ ରାଜପଥରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ୬୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୨ଟି ବସ୍ତ୍ରିଶୁଳୀ ନଦୀରେ ବହିଯାଇଛି। ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୀରଗଂଜ ଠାରୁ କାଠମାଣ୍ଡୁ ଯାଉଥିବା ଏକ ବସ୍ତ୍ରିଶୁଳୀ ନଦୀରେ ଖସିପଡ଼ିଥିଲା। ଏଥିରେ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

କାଠମାଣ୍ଡୁ ଯାଉଥିବା ବସ୍‌ ‘ଏଞ୍ଜେସରେ ୨୪ ଜଣ ଯାତ୍ରୀ ଥିଲେ। ଅନ୍ୟପଟରେ କାଠମାଣ୍ଡୁରୁ ଗୌର ଯାଉଥିବା ଡିଲକ୍ସ ବସ୍ରେ ପାଖାପାଖି ୪୧ ଜଣ ଲୋକ ଥିଲେ। ଭୋର ସକାଳୁ ୩ଟା ୩୦ରେ ଭୂସ୍ଖଳନ ଯୋଗୁଁ ୨ଟି ବସ୍ତ୍ରିଶୁଳୀ ନଦୀକୁ ଖସି ପଡ଼ିଥିଲା। ଦୁଇ ବସ୍ରେ ଡ୍ରାଇଭର ୬୩ ଜଣ ଯାତ୍ରୀ ଥିଲେ। ଭୂସ୍ଖଳନ କାରଣରୁ ବସ୍‌ ‌ଭୋର ସାଢ଼େ ୩ଟାରେ ନଦୀରେ ବହି ଯାଇଥିଲା। ସେ କହିଛନ୍ତି, ବର୍ଷା ଯୋଗୁଁ ଯାତ୍ରୀବାହୀ ବସ୍ଖୋଜିବାରେ ଅସୁବିଧା ହେଉଛି। କିନ୍ତୁ ତଲାସୀ ଅଭିଯାନ ଜାରି ରହିଛି।    

ଏହି ଅଭାବନୀୟ ଘଟଣା ନେଇ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ନାରାୟଣଗଡ଼ଗୁଗ୍ଲିନ ରାସ୍ତାରେ ଭୂସ୍ଖଳନ ଯୋଗୁଁ ନଦୀରେ ବସ୍୨ଟି ଭାସିଯାଇଛି। ଏହା ଦ୍ବାରା ୫୦ରୁ ଅଧିକ ଯାତ୍ରୀ ନିଖୋଜ ହୋଇଥିବା ନେଇ ଖବର ଆସୁଛି। ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ଭୂସ୍ଖଳନରେ ଧନଜୀବନ ପ୍ରଭାବିତ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦେଶ ଦେଇଛି। 

Digital Griot