Live Odisha Tv

ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର (ଜୁଲାଇ ୧୩) ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମକୁ ସଂଶୋଧିତ କରିଛନ୍ତି। ଏହା ଦ୍ବାରା ଜମ୍ମୁ କଶ୍ମୀରର ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି। ଏସଂକ୍ରାନ୍ତରେ ଅଧିସୂଚନାକୁ ମଧ୍ୟ କେନ୍ଦ୍ର ସରକାର ତରଫରୁ ଜାରି କରିଦିଆଯାଇଛି। ଜମ୍ମୁ କଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଧାରା ୧୫୫ ବଳରେ ସଂଶୋଧିତ ନିୟମକୁ ଅଧିସୂଚିତ କରାଯାଇଛି, ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତି ଦିଆଯାଇଥିବା ଧାରା ସାମିଲ କରାଯାଇଛି।  

ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଗୃହ ମନ୍ତ୍ରାଳୟ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଜେପି ନେତା ମନୋଜ ସିହ୍ନା ୨୦୨୦ ଅଗଷ୍ଟରୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଅଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସରକାରଙ୍କ ଏହି ପଦକ୍ଷେପକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଜମ୍ମୁ କଶ୍ମୀରର ଲୋକଙ୍କୁ ରବର ଷ୍ଟାମ୍ପ ଭଳି ମୁଖ୍ୟମନ୍ତ୍ରୀ ଦରକାର ନାହିଁ। 

ସରକାର ଟ୍ରାଞ୍ଜେକଶନ ଅଫ୍ବିଜନେସ ରୁଲ୍ସରେ ସଂଶୋଧନ କରିଛନ୍ତି। ଉପରାଜ୍ୟପାଳକୁ ଏବେ ଅଖିଳ ଭାରତୀୟ ସେବା, ସର୍ବସାଧାରଣ ବ୍ୟବସ୍ଥା, ପୁଲିସ ବ୍ୟବସ୍ଥା ଆଦି କ୍ଷେତ୍ରରେ ଅଧିକ ଅଧିକାର ମିଳିବ। ଆଡଭୋକେଟ ଜେନେରାଲ ଅନ୍ୟ ଆଇନ ଅଧିକାରୀଙ୍କ ନିଯୁକ୍ତିକୁ ମଧ୍ୟ ମଂଜୁରୀ ପାଇଁ ମୁଖ୍ୟ ଶାସନ ସଚିବ ଦ୍ବାରା ଉପରାଜ୍ୟପାଳଙ୍କ ସମକ୍ଷରେ ରଖାଯିବ।ସହଜରେ କହିବାକୁ ଗଲେ ଜମ୍ମୁ କଶ୍ମୀରକୁ ମୁଖ୍ୟମନ୍ତ୍ରୀ ମିଳିବା ପରେ ମଧ୍ୟ ଉପରାଜ୍ୟପାଳ ଅଧକ କ୍ଷମତାଶାଳୀ ରହିବେ।   

Digital Griot