Live Odisha Tv

ଯୁବପୀଢ଼ିଙ୍କ ପାଇଁ ଆସିବ ‘ଇଣ୍ଟର୍ନସିପ୍ ସ୍କିମ୍’

କେନ୍ଦ୍ର ସରକାର ଚଳିତ ବଜେଟରେ ବେରୋଜଗାରି ସମସ୍ୟା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯୁବ ବର୍ଗଙ୍କ ପାଇଁ ନୂତନ ଆଶା ନେଇ ଆସିଛି ଏହି ବଜେଟ୍ ବିନା ଦରମାରେ ବିଭିନ୍ନ କମ୍ପାନୀରେ ତାଲିମ ନେଉଥିବା ଯୁବପୀଢ଼ିଙ୍କୁ ଏଣିକି ଭତ୍ତା ମିଳିବ ଆଉ ଏଥିପାଇଁ କେନ୍ଦ୍ର ସରକାରଇଣ୍ଟର୍ନସିପ୍ ଯୋଜନାଲାଗୁ କରିବାକୁ ଯାଉଛନ୍ତି ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି  

ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ଯୁବକମାନଙ୍କ ପାଇଁ ଏକ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ଦେଶର 500ଟି ବିଶିଷ୍ଟ କମ୍ପାନୀରେ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ବା ତାଲିମ ସୁଯୋଗ ଯୋଗାଇବା ପାଇଁ ସରକାର ଯୋଜନା ଆରମ୍ଭ କରିବେ ଯାହା ଅଧୀନରେ ସେମାନଙ୍କୁ ମାସିକ ହଜାର ଟଙ୍କା ପ୍ରଦାନ କରାଯିବ ସେହିପରି ଏକକାଳୀନ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ

ଏଥର ମୋଦୀ ସରକାରଙ୍କ ଏହି ବଜେଟରେ ଯୁବକମାନଙ୍କ ରୋଜଗାର, ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ପ୍ରାୟ 2 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ରୋଜଗାର ବୃଦ୍ଧି ଏବଂ ଏଥିପାଇଁ ବିଭିନ୍ନ ଉପାୟରେ ନିଯୁକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରାଯିବ।

Digital Griot