| | |

ବଜେଟ: କ’ଣ ଶସ୍ତା ଓ ମହଙ୍ଗା ହେଲା?

ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ମଧ୍ୟବୀତ୍ତ ନିରାଶ ହୋଇଛନ୍ତି। କିନ୍ତୁ ଏକାଧିକ ମୂଲ୍ୟବାନ ଧାତୁ ଓ ଜିନିଷ ଉପରେ ଲାଗୁଥିବା ଟିକସକୁ ବଜେଟରେ ହ୍ରାସ କରାଯାଇଛି। ସେହିପରି ଆଉ କିଛି ଜିନିଷ ଉପରେ ଟିକସ ବୃଦ୍ଧି କରାଯାଇଛି। ବଜେଟ ଘୋଷଣା ପରେ କିଛି ଜିନିଷର ଦାମ କମିଥିବା ବେଳେ ଆଉ କିଛିର ମୂଲ୍ୟ ବୃଦ୍ଧି ପାଇଛି।

ଆସନ୍ତୁ ଜାଣିବା ଶସ୍ତା ମହଙ୍ଗା ହେଲା?

ଶସ୍ତା ହୋଇଥିବା ଜିନିଷ: ଏକ୍ସରେ ମେସିନ, ୨୫ ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ, ୩ ପ୍ରକାରର କ୍ୟାନସର ମେଡିସନ, ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ ଅନ୍ୟାନ୍ୟ ଉପକରଣ, ରୁପା, ଆମଦାନୀ ହେଉଥିବା ସୁନା, ଚମଡ଼ା ଜାତୀୟ ଜିନିଷ ଓ ସମୁଦ୍ର ଜାତୀୟ ଖାଦ୍ୟ, ସୋଲାର ସେଲ ଓ ପ୍ୟାନେଲ, ଷ୍ଟିଲ ଓ କପର, ଚପଲ ଓ ଜୋତା ଏବଂ ବୁଣା ଜିନିଷ।

ମହଙ୍ଗା ହୋଇଥିବା ଜିନିଷଲ୍ୟାବ କେମିକାଲ୍ସ, ପିଭିସି ଫ୍ଲେକ୍ସ ବ୍ୟାନର, ଆମୋନିୟମ ନାଇଟ୍ରେଟ, ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ଓ ଟେଲିକମ ଇକ୍ୟୁପମେଣ୍ଟ, ପାନ ମସଲା, ତମ୍ବାକୁ।

Similar Posts