ଭୁବନେଶ୍ୱର ଉପକଣ୍ଠ ଆଣ୍ଠୁଆରୀଗ୍ରାମରେ ସ୍ୱାମୀ- ସ୍ତ୍ରୀଙ୍କ ଝଗଡା ପରେ ଏକ ଦୁଖଃଦପୂର୍ଣ ଘଟଣା ଘଟିଛି । ମୃତ ମହିଳା ହେଉଛନ୍ତି ମିନାକ୍ଷୀ। ଏହି ଘଟଣାକୁ ନେଇ ମିନାକ୍ଷୀଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚିବା ସହିତ ମିନାକ୍ଷୀଙ୍କର ମର ଶରୀରକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ, ଭୁବନେଶ୍ୱର ଉପକଣ୍ଠ ଆଣ୍ଠୁଆରୀରେ ନିଜ ସ୍ୱାମୀ ଦୀନବନ୍ଧୁଙ୍କ ସହିତ ରହୁଥିଲେ ମିନାକ୍ଷୀ। ସ୍ୱାମୀ ଦୀନବନ୍ଧୁଙ୍କର ନିଜ ଅଫିସରେ ଜଣେ ମହିଳା କର୍ମଚାରୀଙ୍କ ସହିତ ମିଳାମିସାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିଗତ ୮ ମାସ ଧରି ତିକ୍ତତା ଲାଗିରହିଥିଲା। ତେବେ ଅଫିସର ସେହି କର୍ମଚାରୀ ଜଣଙ୍କ ଦୀନବନ୍ଧୁଙ୍କର ପିଏ ହୋଇଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କଥା ସ୍ତ୍ରୀ ମିନାକ୍ଷୀ ଜାଣିବାକୁ ପାଈଥିଲେ। ତେଣୁ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହବା ସହ କିଛିଦିନ ପର୍ଯ୍ୟନ୍ତ ଦମ୍ପତିଙ୍କ ମଧ୍ୟରେ କଥାବାର୍ତା ମଧ୍ୟ ବନ୍ଦ ହୋଇଯାଇଥିଲା।
ଏହାପରେ ମିନାକ୍ଷୀ ଶୁଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ନିଜ କର୍ମଚାରୀଙ୍କ ସହ ବିବାହ, ବ୍ରତଘର ,ହୋଟେଲ ବୁଲୁଛନ୍ତି। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପୁନର୍ବାର ଝଗଡା ହୋଇଥିଲା। ଏହାପରେ ମିନାକ୍ଷୀ ନିଜ ଜୀବନ ହାରିଦେଇଥିଲେ। ଏହି ଘଟଣାକୁ ନେଇ ଦୀନବନ୍ଧୁ ମିନାକ୍ଷୀଙ୍କ ପରିବାର ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲ ଆସିବାକୁ ଜଣେଇଥିଲେ। ହେଲେ ପରିବାର ଲୋକେ ପହଂଚିବା ପୂର୍ବରୁ ମିନାକ୍ଷୀଙ୍କର ମୃତ୍ୟୁ ହୋଇସାରିଥିଲା। ଏହାପରେ ଏହି ଘଟଣାକୁ ନେଇ ମିନାକ୍ଷୀଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେଇଛନ୍ତି।