Live Odisha Tv

ପୁରୁଷ ହକି ଟିମର ବିଜୟ ଧାରା ଜାରି

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଦଳ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ।

ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ହିଁ ଆୟର୍ଲ୍ୟାଣ୍ଡ ଉପରେ ଚାପ ପକାଇଥିଲା। ମ୍ୟାଚ୍‌ର ପ୍ରଥମ ୪ ମିନିଟ ମଧ୍ୟରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ପାରି ନଥିଲେ। କିନ୍ତୁ ମ୍ୟାଚ୍‌ର ୧୧ ତମ ମିନିଟରେ ଭାରତକୁ ଗୋଲ କରିବାର ସୁଯୋଗ ମିଳିଥିଲା। ଆୟର୍ଲ୍ୟାଣ୍ଡ ଖେଳାଳି ଡି’ ଭିତରେ ମନଦୀପ ସିଂହଙ୍କୁ ଫାଉଲ ମାରିବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ହରମନପ୍ରୀତ ସିଂହ ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ଏହାର ଫାଇଦା ଦଳକୁ ୧୯ତମ ମିନିଟରେ ମିଳିଥିଲା। ଭାରତକୁ ମିଳିଥିବା ଆଉ ଏକ ପିସିକୁ ପୁଣି ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏଥିସହ ଭାରତକୁ ୨-୦ ଲିଡ୍‌ ଦେଇଥିଲେ। ଭାରତ କ୍ରମାଗତ ଭାବେ ଆୟର୍ଲ୍ୟାଣ୍ଡ ଉପରେ ଚାପ ପକାଇ ଚାଲିଥିଲା କିନ୍ତୁ ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ୪ର୍ଥ ତଥା ଶେଷ କ୍ୱାର୍ଟରରେ ଆୟର୍ଲ୍ୟାଣ୍ଡ ଆଟାକିଂ ହକି ଖେଳିବା। ସହ ଏକାଧିକ ପିସି ମଧ୍ୟ ଦଳକୁ ମିଳିଥିଲା। ହେଲେ ଭାରତୀୟ ଟିମର ଭେଟରାନ ଗୋଲକିପର ଶ୍ରୀଜେଶ ଆୟର୍ଲ୍ୟାଣ୍ଡର ସବୁ ପ୍ରୟାସକୁ ଭଣ୍ଡୁର କରି ଦେଇଥିଲେ।

Digital Griot