Live Odisha Tv

ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବ ବିଜେଡ଼ି

ବହୁ ବିବାଦୀୟ ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ରାଜନୀତି ସରଗରମ । ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ମାଲକାନଗିରି ଗସ୍ତ କରିବ ବିଜୁ ଜନତା ଦଳ । ବିଜେଡ଼ିର ଏକ ସ୍ୱତନ୍ତ୍ର ଦଳ ମୋଟୁ ଏବଂ ପଡ଼ିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବ । ଅନ୍ୟପକ୍ଷରେ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ବେଲେ କାହିଁକି ଶୋଇ ରହିଥିଲ ବୋଲି ଶାସକ ଭାରତୀୟ ଜନତା ପାର୍ଟି ପ୍ରଶ୍ନ କରିଛି ।

ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗସ୍ତ କରିବାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇଛି । ଅତନୁ ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ଦେବୀ ପ୍ରସାଦ ମିଶ୍ର, ଭୃଗୁ ବକ୍ସିପାତ୍ର , ପ୍ରଦୀପ ମାଝୀ ଏବଂ ସ୍ଥାନୀୟ ବିଜେଡ଼ି ନେତା ମାଲକାନଗିରିର ମୋଟୁ ଏବଂ ପଡ଼ିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବେ । ଏହା ପରେ ଦଳର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ବିଜେପି ବିଧାୟକ ବାବୁ ସିଂ ବିଜେଡ଼ିର ଏଭଳି ପଦକ୍ଷେପକୁ ହାସ୍ୟାସ୍ପଦ କହିଛନ୍ତି । ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିଲା ପରେ ଏନଡିଏ ଓ ୟୁପିଏ ସରକାର ବେଳେ ରାଜ୍ୟର ସ୍ୱାର୍ଥ ପାଇଁ କୌଣସି ଆଲୋଚନା କରି ନାହାଁନ୍ତି । କିନ୍ତୁ ସରକାର ଗଲା ପରେ ବିରୋଧୀ ଦଳର ରହି ଏ ପ୍ରସଙ୍ଗ ଉଠାଇବା ହାସ୍ୟାସ୍ପଦ ବୋଲି ବାବୁ ସିଂ କହିଛନ୍ତି । ସେପଟେ ୨୪ ବର୍ଷ ଶାସନ କାଳରେ କାହିଁକି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରାଗଲାନି ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ପ୍ରଶ୍ନ ଉଠାଇଛନ୍ତି ।

Digital Griot