Live Odisha Tv

ମନୁଙ୍କ ଉପରେ ହେଉଛି ଟଙ୍କାର ବର୍ଷା

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ସୁଟର ମନୁ ଭାକର ଦେଶ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ପ୍ୟାରିସ୍ ଅଲିମ୍ପିକ୍ସରୁ ବ୍ରୋଞ୍ଜ ପଦକ ଧରି ଦେଶକୁ ଫେରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି। ଏହି ତିନୋଟି ପଦକ ସୁଟିଂରୁ ହିଁ ମିଳିଛି। ଦେଶକୁ ମନୁ ଭାକର ଫେରିବା ପରେ କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭିଆ ତାଙ୍କୁ ଭେଟିଥିଲେ।

ଏହି ସମୟରେ ସେ ମନୁଙ୍କୁ ପୁରସ୍କାର ରାଶି ବାବଦକୁ ଏକ ଚେକ୍ ମଧ୍ୟ ପ୍ରଦାନ କରିଥିଲେ। ‌ଏନେଇ ମନୁ ଭାକର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। କ୍ରୀଡା ମନ୍ତ୍ରୀ ମାଣ୍ଡଭିଆ ମଧ୍ୟ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଓମେନ ପିସ୍ତଲ ସୁଟିଂରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭକରଙ୍କୁ ନିକଟରେ ୩୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନୁଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି। ସେ ମନୁଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆଜି ମୁଁ ଦେଶର ଝିଅ ମନୁ ଭାକରଙ୍କୁ ଭେଟିଥିଲି, ଯିଏ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପରେ ଘରକୁ ଫେରିଛନ୍ତି। ତାଙ୍କୁ ଐତିହାସିକ ବିଜୟର ଶୁଭେଚ୍ଛା ଓ ଶୁଭକାମନା।’

Digital Griot