ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା ଏସଓପି (SOP)। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ସୂଚନା ଦେଇଛନ୍ତି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ଏହାର ମୋଡାଲିଟି ଓ ଫର୍ମାଟ କଣ ରହିବ ସେ ବାବଦରେ ଜଣାପଡ଼ିବ । ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ସୂଚନା ଯୋଗ୍ୟ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହିଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ଏହି ଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ। ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।