Live Odisha Tv

ଅଗଷ୍ଟ ୧୫, ସାଉଥ୍ ଏବଂ ବଲିଉଡ ଲଢେଇ

ଅଗଷ୍ଟ ୧୫ ମନୋରଞ୍ଜନ ଜଗତରେ ହେବାକୁ ଯାଉଛି ଘମାସାନ ଲଢେଇ । ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡରେ ଏହି ଦିନ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍-କମେଡି ଫିଲ୍ମ ‘ସ୍ତ୍ରୀ ୨’ ରିଲିଜ କରିବାକୁ ଘୋଷଣା କରିଛି। ସେହିପରି ଜନ୍ ଆବ୍ରାହମ୍‌ଙ୍କ ଆକ୍ସନ୍ ଫିଲ୍ମ ‘ବେଦା’ ମଧ୍ୟ ଅଗଷ୍ଟ ୧୫ରେ ରିଲିଜ୍ ହେବା ନେଇ ପକ୍କା ହୋଇଛି। ତେବେ ଅଗଷ୍ଟ ୧୫ରେ ରିଲଜ ହେବାକୁ ଥିଲା ‘ସିଙ୍ଘମ୍ ଏଗେନ୍’ ଏବଂ ‘ପୁଷ୍ପା୨’ ସେମାନେ ନିଜର ରିଲଜର ତାରିଖକୁ ଘୁଞ୍ଚାଇଛନ୍ତି । ଏହା ପରେ, ପୁଣି ଥରେ ଏହି ତାରିଖକୁ କ୍ୟାପଚର କରିବାର ରେସ୍ ଆରମ୍ଭ ହୋଇଯାଇଛି।

ତେବେ ତିନୋଟି ବଲିଉଡ୍‌ ଫିଲ୍ମ ମଧ୍ୟରେ ସଂଘର୍ଷ ହେବାକୁ ଯାଉଛି। ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ୍‌ଙ୍କୁ ଏକ ହିଟ୍‌ର ଆବଶ୍ୟକତା ରହିଛି। ଜନ୍‌ଙ୍କ ‘ବେଦା’ ଏକ ଆକ୍ସନ୍ ଫିଲ୍ମ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କ ‘ଖେଲ୍‌ ଖେଲ୍‌ ମେ’ ହେଉଛି ପରଫେକ୍ଟ ଷ୍ଟ୍ରେଞ୍ଜରର ରିମେକ୍। ସେହିପରି ସାଉଥ୍‌ର ‘ଥଙ୍ଗ୍‌ଲାନ୍’ ଏବଂ ‘ଡବଲ୍ ଇସ୍ମାର୍ଟ’ ପ୍ୟାନ୍ ଇଣ୍ଡିଆ ରିଲିଜ୍ ହେଉଥିବାବେଳେ ହରର୍‌ କମେଡି ‘ସ୍ତ୍ରୀ ୨’ର ଟ୍ରେଲର ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ତେଣୁକରି ଦେଖିବାକୁ ବାକି ରହିଲା କେଉଁ ଫିଲ୍ମଟି ପ୍ରଥମେ ବାଜି ମାରୁଛି ।

 

Digital Griot