ଭୁବନେଶ୍ୱର: ରାଜ୍ୟରେ ସଦସ୍ୟ ସଂଗ୍ରହ କରିବା ଭାରତୀୟ ଜନତା ପାର୍ଟି । ଏଥିପାଇଁ କର୍ମଶାଳାର ଆୟୋଜନ କରାଯିବ । ସଦସ୍ୟତା ଅଭିଯାନ ପାଇଁ ପ୍ରଥମେ ଜିଲ୍ଲା ସ୍ତରରେ ଏବଂ ପରେ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସୂଚନା ଦେଇଛନ୍ତି ।
ବିଜେପି ସଭାପତି ମନ ମୋହନ ସାମଲ ସୂଚନା ମୁତାବକ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଆସନ୍ତାକାଲି ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ପ୍ରଥମେ ଜିଲ୍ଲା ସ୍ତରରେ କର୍ମଶାଳା ଅନୁଷ୍ଠିତ ହେବ । ଅଗଷ୍ଟ ୨୨, ୨୩ ଓ ୨୪ରେ ତିନି ଦିନ ବ୍ୟାପୀ ଜିଲ୍ଲାସ୍ତରରେ କର୍ମଶାଳା ହେବ । ଏହା ପରେ ଅଗଷ୍ଟ ୨୫, ୨୬ ଓ ୨୭ ତାରିଖରେ ମଣ୍ଡଳ ସ୍ତରରେ କର୍ମଶାଳା କରାଯାଇ ସଦସ୍ୟ ସଂଗ୍ରହ କରାଯିବ ।
ଆଗାମୀ ୩୧ ତାରିଖ ସୁଦ୍ଧା ବୁଥ୍ ସ୍ତରରେ କର୍ମଶାଳା ଶେଷ ହେବ । ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସଭାପତି ସଦସ୍ୟତା ଗ୍ରହଣ କରିବେ । ଓଡ଼ିଶାରେ ୧ କୋଟି ସଦସ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସଭାପତି କହିଛନ୍ତି ।