Live Odisha Tv

Live Odisha TV
Digital Griot
Search
Close this search box.
Traffic Tail SEO services

instagram bio for boys stylish font
instagram vip bio
instagram stylish bio
stylish bio for instagram
sanskrit bio for instagram
instagram bio in punjabi
instagram bio in hindi
rajput bio for instagram
facebook page name ideas
facebook status in hindi

ଆସାମରେ ମୁସଲମାନ ନିକାହ ପଞ୍ଜୀକରଣ ବାଧ୍ୟତାମୂଳକ

ଗୁଆହାଟୀ: ଆସାମରେ ମୁସଲମାନମାନଙ୍କ ପାଇଁ ନିକାହ ଏବଂ ତଲାକର ବାଧ୍ୟତାମୂଳକ ସରକାରୀ ପଞ୍ଜୀକରଣ କରାଯିବ। ଏଥିପାଇଁ ବିଧାନସଭାର ଆଗାମୀ ଅଧିବେଶନରେ ଏକ ବିଲ୍ ଆସିବ। ପୂର୍ବରୁ ମୁସଲମାନ ନିକାହ କାଜି ଜରିଆରେ ପଞ୍ଜୀକୃତ ହେଉଥିଲା, କିନ୍ତୁ ଏହି ନୂଆ ବିଲ୍ ସୁନିଶ୍ଚିତ କରିବ ଯେ କୌଣସି ସମ୍ପ୍ରଦାୟର ସମସ୍ତ ବିବାହ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବ। ‘

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ପୂର୍ବରୁ କାଜିମାନେ ନାବାଳକଙ୍କ ବିବାହ ପଞ୍ଜୀକରଣ କରୁଥିଲେ। ପ୍ରସ୍ତାବିତ ବିଲ୍‌ରେ ଏଭଳି କୌଣସି ପଦକ୍ଷେପ ଉପରେ ପ୍ରତିବନ୍ଧକ ଲଗାଯିବ। ଏବେ ନାବାଳକଙ୍କ ବିବାହ ପଞ୍ଜୀକରଣ ଆଦୌ ହେବ ନାହିଁ। ଚଳିତ ଅଧିବେଶନରେ ସରକାର ଆସାମ ମୁସଲମାନ ବିବାହ ବାଧ୍ୟତାମୂଳକ ପଞ୍ଜୀକରଣ ଏବଂ ଛାଡ଼ପତ୍ର ବିଲ୍, ୨୦୨୪ ଆଗତ କରିବେ ବୋଲି କ୍ୟାବିନେଟ୍ ବୈଠକ ପରେ ଶର୍ମା କହିଛନ୍ତି।

ଏହି ଆଇନ କାର୍ଯ୍ୟକାରୀ ହେଲେ ଆସାମରେ ମୁସଲମାନ ବିବାହ ଓ ଛାଡ଼ପତ୍ର ପଞ୍ଜୀକରଣ କରୁଥିବା ‘କାଜି’ଙ୍କ ଭୂମିକା ଶେଷ ହୋଇଯିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆସାମ କ୍ୟାବିନେଟ୍ ମୁସଲମାନ ବିବାହ ପଞ୍ଜୀକରଣ ବିଲ୍ ୨୦୨୪କୁ ଅନୁମୋଦନ କରିଛି। ଏଥିରେ ଦୁଇଟି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି: ଏବେ ମୁସଲମାନ ବିବାହର ପଞ୍ଜୀକରଣ କାଜି ଦ୍ୱାରା ନୁହେଁ ବରଂ ସରକାରଙ୍କ ଦ୍ୱାରା କରାଯିବ ଏବଂ ‘ବାଲ୍ୟ ବିବାହ ପଞ୍ଜୀକରଣ ବେଆଇନ ବୋଲି ବିବେଚନା କରାଯିବ।

୧୯୩୫ ମସିହା ବ୍ରିଟିଶ ଯୁଗର ଆଇନ ଦ୍ୱାରା ବୈଧତା ପାଇଥିବା ୯୪ କାଜିମାନଙ୍କ ପାଖରେ ଥିବା ପଞ୍ଜୀକରଣ ରେକର୍ଡକୁ ଜିଲ୍ଲା କମିଶନର ଓ ରେଜିଷ୍ଟ୍ରାରମାନେ ନିଜ ଅକ୍ତିଆରକୁ ନେବାର ଅଧିକାର ପାଇବେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ବାଲ୍ୟ ବିବାହର କୁସଂସ୍କାରକୁ ଶେଷ କରିବାକୁ ଚାହୁଁଛୁ। ଇସଲାମିକ ବିବାହ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନର ବ୍ୟବସ୍ଥା ନାହିଁ। କେବଳ ରେଜିଷ୍ଟ୍ରେସନ ପାର୍ଟରେ ପରିବର୍ତ୍ତନ ହେବ।

Digital Griot