ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଆସନରେ କିଏ ବସିବେ ? ବିଜେପିର କିଏ ସେହି ହେଭି ୱେଟ ? ଯିଏ ଗ୍ରହଣ କରିବେ ମୋଦିଙ୍କ ସ୍ଥାନ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୭୩ ବର୍ଷ ବୟସରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ୨୦୨୯ ଲୋକସଭା ନିର୍ବାଚନ ସମୟକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିବ। ମୋଦିଙ୍କ ବୟସ ହେତୁ ବିରୋଧୀ ଦଳ ବାରମ୍ବାର ମୋଦିଙ୍କୁ ଟାର୍ଗେଟ କରି ଆସୁଛନ୍ତି। ତେଣୁ ୨୯ ନିର୍ବାଚନରେ ପୁନର୍ବାର ମୋଦି ରେସ ରେ ରହିବେ ନା ଆଉ କେଉଁ ପ୍ରାର୍ଥୀ ସାମ୍ନାକୁ ଆସିବେ ତାକୁ ନେଇ ଚାଲିଛି ଚର୍ଚ୍ଚା ।
ବର୍ତ୍ତମାନ ବଡ ପ୍ରସଙ୍ଗ ହେଉଛି ଯଦି ଅନ୍ୟ କେହି ସେହି ଆସନରେ ବସିବେ ସେହି ଚର୍ଚ୍ଚିତ ଚେହେରା କିଏ ? ବାସ୍ତବରେ ଦେଖିବାକୁ ଗଲେ ଦୀର୍ଘ ଦିନରୁ ଲୋକଙ୍କ ମନରେ ଏହି ପ୍ରଶ୍ନ ଟି ଉଙ୍କିମାରିଛି ଯେ , ମୋଦି ଙ୍କ ପରେ କିଏ ସେହି ଗାଡି ସମ୍ଭାଳିବେ ? ଏହି ପ୍ରଶ୍ନକୁ ନେଇ ଏକ ସର୍ଭେ ମଧ୍ୟ ହୋଇଛି, ୨୫ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକେ ଅମିତ ଶାହଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରିଥିଲେ । ତେବେ ଏହି ସର୍ଭେ ରେ ଶାହାଙ୍କ ପରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏବଂ ତୃତୀୟ ସ୍ଥାନରେ ରହିଥିଲେ ନିତିନ ଗଡ଼କରୀ । ତେବେ ଯୋଗୀ ଆଦିତ୍ୟନାଥଙ୍କୁ ୧୯ ପ୍ରତିଶତ ଲୋକ ମୋଦିଙ୍କ ବିକଳ୍ପ ସ୍ଥାନ ଦେଇଥିବାବେଳେ ନିତିନ ଗାଡ଼କରୀଙ୍କୁ ୧୩ ପ୍ରତିଶତ ଲୋକ ସେହି ସ୍ଥାନ ଦେଇଛନ୍ତି । ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ନିତିନ ଗଡ଼କରୀଙ୍କ ବ୍ୟତୀତ ଲୋକମାନେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ ମଧ୍ୟ ବିବେଚନା କରାଯାଇଛି ।