Live Odisha Tv

Live Odisha TV
Digital Griot
Search
Close this search box.
Traffic Tail SEO services

instagram bio for boys stylish font
instagram vip bio
instagram stylish bio
stylish bio for instagram
sanskrit bio for instagram
instagram bio in punjabi
instagram bio in hindi
rajput bio for instagram
facebook page name ideas
facebook status in hindi

୧୨ ଘଣ୍ଟାରେ ରୋନାଲ୍ଡୋଙ୍କୁ ଗୋଲ୍ଡେନ ବଟନ

ଫୁଟବଲ ଖେଳାଳିରୁ ହେଲେ କଣ୍ଟେଣ୍ଟ କ୍ରିଏଟର। ପର୍ତ୍ତୁଗାର୍ଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ କ୍ରୀଡା ଟ୍ୟାଲେନଟା ପାଇଁ ସେ ବେଶ ଜଣାଶୁଣା। ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ଢେର ରେକର୍ଡ ଭାଙ୍ଗିବାରେ ମାହିର ରୋନାଲଡୋ । ରୋନାଲଡୋଙ୍କ ନୂଆ ରେକର୍ଡ, ଏହା ତ ସମସ୍ତଙ୍କ ପାଇଁ ଚିରାଚରିତ କଥା । କିନ୍ତୁ ଏଥର ଫୁଟବଲ ନୁହେଁ ସୋସିଆଲ ମିଡ଼ିଆରେ କଲେ ନୂଆ ରେକର୍ଡ । ରୋନାଲଡୋ ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ ମାତ୍ର ୯୦ ମିନିଟ ମଧ୍ୟରେ ସେ ୧ମିଲିୟନ ସବ୍‌ଷ୍କ୍ରାଇବର୍‌ ସଭିଙ୍କୁ ଆଚମ୍ବିତ କରିଥିଲା । ତେବେ ୨୪ ଘଣ୍ଟାରେ ୧୦ ମିଲିୟନ ସବ୍‌ଷ୍କ୍ରାଇବର୍‌ ହେବାର ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ଦ୍ରୁତତମ ସେଲିବ୍ରିଟି ପାଲଟିଛନ୍ତି ରୋନାଲ୍‌ଡୋ। କେବଳ ସେତିକି ନୁହେଁ ମାତ୍ର ୧୨ ଘଣ୍ଟା ସମୟ ବ୍ୟବଧାନରେ ୟୁଟ୍ୟୁବ ପକ୍ଷରୁ ତାଙ୍କୁ ଗୋଲ୍ଡେନ ବଟନ ପ୍ରଦାନ କରାଯାଇଛି । ୟୁଟୁବରେ ହେଉଛି ଏହା ଏକ ବିରଳ ରେକର୍ଡ ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ, କେବଳ ୟୁଟୁବ ନୁହେଁ ବରଂ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ରୋନାଲଡୋଙ୍କର ବେଶ ଭଲ ସବ୍‌ଷ୍କ୍ରାଇବର୍‌ ରହିଛନ୍ତି । ରୋନାଲ୍‌ଡୋଙ୍କର ‘ଏକ୍ସ’ରେ ୧୧୫.୫ ମିଲିୟନ, ଫେସ୍‌ବୁକ୍‌ରେ ୧୭୦ ମିଲିୟନ ଏବଂ ଇନ୍‌ଷ୍ଟାଗ୍ରାମରେ ୬୩୬ ମିଲିୟନ ସବ୍‌ଷ୍କ୍ରାଇବର୍‌ ଅଛନ୍ତି । ଫୁଟବଲରେ ସେ ଯେପରି ସାରା ବିଶ୍ୱରେ ଚମକି ଥାଆନ୍ତି, ଠିକ ସେହିପରି ପଡିଆ ବାହାରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ରୋନାଲ୍ଡୋ ଫୁଟବଲରେ ସର୍ବାଧିକ ଗୋଲ କରିଥିବା ଖେଳାଳି । ୩୯ ବର୍ଷରେ ପହଞ୍ଚିଥିବା ଏହି ଖେଳାଳିଙ୍କ ଫିଟନେସ ଏବେ ବି ଜବରଦସ୍ତ ରହିଛି। ଫୋବର୍ସ ରିପୋର୍ଟ ଅନୁଯାୟୀ  ରୋନାଲଡୋ ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳି। ସେ ୧ ବିଲିୟନରୁ ଅଧିକ ଟଙ୍କା ରୋଜଗାର କରୁଥିବା ପ୍ରଥମ ଫୁଟବଲ ଖେଳାଳି । ଫୁଟବଲ ଭଳି ଯଦି ୟୁଟ୍ୟୁବରେ ଏହି ଭଳି ଭାବେ ତାଙ୍କ ଫଲୋଅର୍ସ ବଢିଚାଲେ ତେବେ ୟୁଟ୍ୟୁବରେ ସର୍ବାଧିକ ଫଲୋଅର୍ସ ମିଷ୍ଟର ବିଷ୍ଟଙ୍କୁ ବି ସେ ପଛରେ ପକାଇପାରନ୍ତି ।

Digital Griot