Live Odisha Tv

ରୋହନଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ

ବର୍ତ୍ତମାନ ବିସିସିଆଇ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜୟ ଶାହ ଏହି ପଦକ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି।ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖୋଲାଖୋଲି ଭାବେ ଶାହଙ୍କୁ ସମର୍ଥନ କରିବେ। ତେଣୁ ସେ ଆଇସିସିର ଅଧ୍ୟକ୍ଷ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହ। ସେ ଆଇସିସି ଅଧ୍ୟକ୍ଷ ହୋଇଗଲେ ବିସିସିଆଇ ସମ୍ପାଦକ କିଏ ହେବେ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯଦି ଜୟ ଶାହ ଆଇସିସି ଚେୟାରମ୍ୟାନ ହେଉଛନ୍ତି, ତା’ହେଲେ ରୋହନ ଜେଟଲୀ ବିସିସିଆଇର ସମ୍ପାଦକ ହୋଇ ପାରନ୍ତି। ରୋହନ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କ ପୁଅ। ସେ ଏବେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

Digital Griot