Live Odisha Tv

Live Odisha TV
Digital Griot
Search
Close this search box.
Traffic Tail SEO services

instagram bio for boys stylish font
instagram vip bio
instagram stylish bio
stylish bio for instagram
sanskrit bio for instagram
instagram bio in punjabi
instagram bio in hindi
rajput bio for instagram
facebook page name ideas
facebook status in hindi

ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ବଳପୂର୍ବକ ଇସ୍ତଫା

ନୂଆଦିଲ୍ଲୀ: ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ମାମଲା କ୍ରମାଗତ ବଢିବାରେ ଲାଗିଛି । ସଦ୍ୟତମ ଘଟଣାକ୍ରମେ ସେଠାରେ ପିଲାଙ୍କୁ ପାଠ ପଢାଉଥିବା ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ସେମାନଙ୍କଠୁ ବଳପୂର୍ବକ ଇସ୍ତଫା ନିଆଯାଉଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ପଡୋଶୀ ଦେଶରେ  ଏ ପର୍ଯ୍ୟନ୍ତ ଅତି କମରେ ୫୦ ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି ।

ବାଂଲାଦେଶର ବରିଶପାଲର ବେକରଗଞ୍ଜ ସରକାରୀ କଜ୍ରେ ପ୍ରିନ୍ସିପାଲ ଶୁକ୍ଳା ରାଣୀ ହଲଦରଙ୍କୁ ମଧ୍ୟ ନିଜର ଇସ୍ତଫା ଦେବାକୁ ପଡିଛି । ଅଗଷ୍ଟ ୨୯ ତାରିଖରେ ଅନ୍ୟ ସଂପ୍ରଦାୟର ଛାତ୍ର-ଛାତ୍ରୀ ଏବଂ ବାହାର ଲୋକ ତାଙ୍କ କାର୍ଯ୍ୟାଳୟ ଭିତରେ ବଳପୂର୍ବକ ପଶିତ୍ତଉତ୍ପାତ ମଚାଇଥିଲେ । ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ଧମକ ଚମକ ଦିଆଯାଇଥିଲା । ଶେଷରେ ପ୍ରିନ୍ସିପାଲ ଶୁକ୍ଳା ରାଣୀଙ୍କୁ ଏକ ସାଧା କାଗଜରେ ମୁଁ ଇସ୍ତଫା ଦେଉଛି ଲେଖି ସରକାରୀ ଚାକିରି ଛାଡିବାକୁ ପଡିଛି ।

ଏହିପରି ବାଂଲାଦେଶରେ ଅନେକ ସ୍କୁଲରେ ହିନ୍ଦୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରାଯାଉଛି । ନୋବେଲ ପୁରସ୍କାର ପ୍ରାପ୍ତ ବିଜେତା ମହମ୍ମଦ ୟୁନୁସଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ଥମିବାର ନାଁ ଧରୁନି । ଏହି କାରଣରୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳୁଛି । ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି

Digital Griot