Live Odisha Tv

ଭାରତରେ ଟେଲିଗ୍ରାମ ଆପ ହୋଇପାରେ ବ୍ୟାନ୍‌

ବଢୁଛି ଟେଲିଗ୍ରାମ ମେସେଜିଂ ଆପର ଅଡୁଆ | ଡାଟା ଚୋରି ଅଭିଯୋଗରେ ଭାରତରେ ହୋଇପାରେ ବ୍ୟାନ୍‌ | ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେସେଜିଂ ଆପ୍ ଉପରେ ଭାରତ ସରକାର ଯାଞ୍ଚ କରୁଛନ୍ତି । ଟେଲିଗ୍ରାମର ସିଇଓ ପାୱେଲ୍ ଡୁରୋବ ଡାଟା ଚୋରି କିମ୍ବା ଜୁଆ କାରବାରରେ ଆପ୍ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବାବେଳେ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ ଚାଲିଛି ।

ପ୍ୟାରିସର ବାହରୱାର୍ଗେଣ୍ଟ ବିମାନ ବନ୍ଦରରେ ଟେଲିଗ୍ରାମର ପ୍ରତିଷ୍ଠାତା ଏବଂ ସିଇଓ ପାୱେଲ ଡୁରୋବଙ୍କୁ ଗିରଫ କରାଯାଇଥିଲା । ଏହି ଲୋକପ୍ରିୟ ଆପରେ କ୍ରିମିନାଲ କଣ୍ଟେଣ୍ଟ୍ ବେଶି ମାତ୍ରାରେ ପ୍ରସାର ହେଉଥିବା ଅଭିଯୋଗ ରହିଛି । ଏହାକୁ ରୋକିବାରେ କମ୍ପାନି ବିଫଳ ହୋଇଥିଲା ବୋଲି ଅଭିଯୋଗ ରହିଛି । ଡୁରୋବ ଆତଙ୍କବାଦ, ଡ୍ରଗ୍ସ, ଠକେଇ, ମନି ଲଣ୍ଡରିଂ, ଚାଇଲ୍ଡ ପୋର୍ଣ୍ଣଗ୍ରାଫି ସମେତ ଅନେକ ଅଭିଯୋଗ ପାଇଁ କୋର୍ଟରେ ହାଜର ହେବେ । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ହୋଇପାରେ । ଯଦି ଅଭିଯୋଗ ପ୍ରମାଣିତ ହୁଏ ଭାରତରେ ବ୍ୟାନ୍ ହୋଇପାରେ ଟେଲିଗ୍ରାମ । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଭାରତରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ତଦନ୍ତ ଜାରି ରହିଛି । ଟେଲିଗ୍ରାମ କିଭଳି ଭାବେ ବେଆଇନ କାରବାରରେ ଜଡ଼ିତ ତାହା ଉପରେ ଛାନ୍ଭିନ୍ ହେଉଛି । ଯାଞ୍ଚ ଫଳାଫଳ ଆଧାରରେ ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀଜଣକ କହିଛନ୍ତି । ବିଗତ ଦିନରେ ୟୁଜିସି-ନିଟ୍ ବିବାଦରେ ଟେଲିଗ୍ରାମର ନାଁ ଆସିଥିଲା । ଏହାର ପ୍ଲାଟଫର୍ମରେ ମେଡିକାଲ ପ୍ରବେଶିକା ପରୀକ୍ଷା ପେପର୍ ବଡ଼ ଆକାରରେ ଲିକ୍ ହୋଇଥିଲା । ।

Digital Griot