Live Odisha Tv

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୧୫ଦିନ ଜେଲ

ନୂଆଦିଲ୍ଲୀ : ଜେଲ୍ ଗଲେ ଶିବସେନା ନେତା ସଞ୍ଜୟ ରାଉତ। ୧୫ ଦିନ ପାଇଁ ଜେଲ୍ ଗଲେ ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ୧୫ ଦିନ ପାଇଁ ଜେଲ୍ ସହ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ପୂର୍ବତନ ବିଜେପି ସାଂସଦ କିରିତ୍‌ ସୋମୟାଙ୍କ ପତ୍ନୀ ମେଧା ସୋମୟା ରୁଜୁ କରିଥିବା ମାନହାନୀ ମକଦ୍ଦମାରେ ଅଦାଲତ ସଞ୍ଜୟଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ ।

Digital Griot