| |

କିଟ୍ ଓ କିସ୍‌ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି)ର ସଭାପତି ଫାବିଓ ଆଜେଭେଦୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରେଡ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେପ୍ରତିବର୍ଷ କିଟ୍ ଓ କିସ୍‌ରେ ସାଧାରଣତନ୍ତ୍ର ଦିବସ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ। ପ୍ରତିବର୍ଷ ବିଦେଶରୁ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥାନ୍ତି। ଚଳିତ ବର୍ଷ ଫାବିଓ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଗୁରୁତ୍ୱ ବୃଦ୍ଧି କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ ଫାବିଓ କହିଲେଏକତା ହେଉଛି ରାଷ୍ଟ୍ରର ବଳ। ସମସ୍ତଙ୍କ ମଧ୍ୟରେ ଏକତା ରହିଲେ ଦେଶ ଆଗକୁ ବଢ଼ି ପାରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସୋସାଇଟିର ଉପସଭାପତି ଉମାପଦ ବୋଷସଂପାଦକ ଆର ଏନ ଦାଶକିଟ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ ପରିଜାଉପକୁଳାଧିପତି ଡା ସୁବ୍ରତ ଆଚାର୍ଯ୍ୟକୁଳପତି ପ୍ରଫେସର ଶରଣଜିତ ସିଂହଉପକୁଳପତି ଡା ସିବିକେ ମହାନ୍ତିପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟକୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିକିସ୍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲାକୁଳପତି ଦୀପକ ବେହେରାକୁଳସଚିବ ଡ. ପି କେ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ପାଇଁ ନାମ ଘୋଷଣା କରାଯାଇଥିବା କିଟ୍ ସ୍କୁଲ ଅଫ୍ ଫାଇନ ଆର୍ଟର ନିର୍ଦ୍ଦେଶକ ଅଦ୍ୱେତ ଗଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କିଟ୍‌କିସ୍ ଓ କିମ୍‍ସର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ କିଟ୍ ଓ କିସ୍‌ର ବିଭିନ୍ନ ସ୍କୁଲ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Similar Posts

Leave a Reply

Your email address will not be published. Required fields are marked *