| |

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ କିସ୍‍ରେ ପାଳିତ ହୋଇଯାଇଛି। ଶୁକ୍ରବାର କିସ୍‍ ଦୂତୀଚାନ୍ଦ ଷ୍ଟାଡ଼ିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ଓଲିଉଡ୍‍ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ ବିନୟ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ କିସ୍‍ ଛାତ୍ରଛାତ୍ରୀମାନେ ବିଶିଷ୍ଟ ଓଡ଼ିଆ ସିନେ ତାରକାସାହିତ୍ୟିକକଳାକାରବ୍ୟଙ୍ଗକାରବୁଦ୍ଧିଜୀବୀସମାଲୋଚକଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଚିତ୍ରାଭିନେତାଙ୍କ ସହ ହୋଲି ପାଳିଥିଲେ। ପାରମ୍ପରିକ ରାଧାକୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇ ଦୋଳିରେ ଝୁଲୁଥିବା କିସ୍‍ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତାକଳାକାରମାନେ ରଙ୍ଗ ବୋଳି ଅବିର ପର୍ବ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ କିସ୍‍ ପିଲାମାନଙ୍କ ସହ ଅବିର ଖେଳିବା ସହ ନୃତ୍ୟସଂଗୀତସଂଳାପ ଓ ହାସ୍ୟରସରେ ପିଲାମାନଙ୍କ ମନୋରଞ୍ଜନ କରିଥିଲେ। ସୂଚନାଯୋଗ୍ୟପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତସିନେ ସମୀକ୍ଷକ ଦିଲୀପ ହାଲିସଂଳାପକାର ଡ. ରଜନୀରଞ୍ଜନବିଜୟ ମଲ୍ଲନିର୍ଦ୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ରସଞ୍ଜୟ ନାୟକବସନ୍ତ ସାହୁଜୁବୁଲି ସୁନ୍ଦରାୟଅଜୟ ରାଉତରାୟତାପସ ସରଗରିଆଅବତାର ସିଂହବବି ଇସ୍‍ଲାମଡି ରେଡ୍ଡୀତିରୁପତି ସାହୁପ୍ରଦୀପ ଦାସପ୍ରିତମଅଭିନେତା ସୁକାନ୍ତ ରଥଜିତ୍‍ସୌମ୍ୟ ସ୍ୱରୂପନିରଞ୍ଜନସାଗର ମହାନ୍ତିପୁନମଅଭିଷେକ ଗିରି,

ଅଭିନେତ୍ରୀ ନମ୍ରତା ଥାପ୍ପାଲିପ୍‍ସାପୁଷ୍ପା ପଣ୍ଡାପ୍ରତିଭା ପଣ୍ଡାଆକାଙ୍‍କ୍ଷା କବିଶିଶୁ କଳାକାର ଶ୍ରେୟାଂଶୀ ଦାସଆଦ୍ୟାଶା ପ୍ରଧାନହାସ୍ୟ ଅଭିନେତା ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ (ହାଡୁ)ଦେବୁ ବ୍ରହ୍ମାଗୁଡ଼ୁକଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତବିଦ୍ୟୁତ ପ୍ରଭା ପାଲିତପ୍ରିତିନନ୍ଦା ରାଉତରାୟଅନ୍ତରା ଚକ୍ରବର୍ତ୍ତୀମୋହିତ ଚକ୍ରବର୍ତ୍ତୀଶୈଳଭାମା ମହାପାତ୍ର ଓ ଓଡ଼ିଶୀ ଗୁରୁ ଶାଶ୍ୱତ ଯୋଶୀଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Similar Posts

Leave a Reply

Your email address will not be published. Required fields are marked *