| |

ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର : ଗିରଫ ହେଲେ ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର। ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତପିଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ଲେଖିକା ବନସ୍ମିତା ପତିଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ଏହି ଘଟଣାରେ ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ଦ୍ୱାରସ୍ଥ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଅରିନ୍ଦମ ରାୟଙ୍କ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡ଼ିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଙ୍କ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ତେବେ ତପି ଙ୍କ ନାମରେ କପି ରାଇଟ୍ସ ଅଭିଯୋଗ ଥିବା ବେଳେ ସେ ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ।

ଅନ୍ୟପଟେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି କହିଥିଲେ ଯେ ‘ମୋତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି’ । ତପିଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ତେବେ ବନସ୍ମିତା ପତି ୧୭ ତାରିଖରେ ଇନଫୋସିଟି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ସନ୍ଧ୍ୟାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି

Similar Posts

Leave a Reply

Your email address will not be published. Required fields are marked *