| |

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ଫାଇନାଲ

ଆଇପିଏଲ ୨୦୨୫ର ଫାଇନାଲ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ପ୍ରାୟ ୧୦ ଦିନ ବନ୍ଦ ରହିଥିଲା। ଶନିବାର ଠାରୁ ବଳକା ମ୍ୟାଚ୍‌ଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି। କିନ୍ତୁ ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା। ଏବେ କିନ୍ତୁ ବିସିସିଆଇ ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି। ଆଇପିଏଲ ଫାଇନାଲ ବ୍ୟତୀତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ମଧ୍ୟ ଖେଳାଯିବ। କିନ୍ତୁ କ୍ୱାଲିଫାୟର-୧ ଓ ଏଲିମିନେଟର ମୁଲ୍ଲାନପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମୁଲ୍ଲାନପୁର ହେଉଛି ପଞ୍ଜାବ କିଙ୍ଗସର ହୋମଗ୍ରାଉଣ୍ଡ।

ଭାରତ-ପାକିସ୍ତାନ ବିବାଦ ଯୋଗୁ ସ୍ଥଗିତ ରହିଥିବା ଆଇପିଏଲ ପୁଣି ଚାଲୁ କରିବା ପାଇଁ ବିସିସିଆଇ ଘୋଷଣା କରିବା ବେଳେ ପାଣିପାଗ ଉପରେ ନଜର ରଖିଥିଲା। ବିଭିନ୍ନ କାରଣ ପାଇଁ ବାକି ରହିଥିବା ୧୭ଟି ମ୍ୟାଚ୍‌ ୬ଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କ୍ୱାଲିଫାୟର୍ସ ଓ ଫାଇନାଲ ପାଇଁ ଭେନ୍ୟୁ ଘୋଷଣା ହୋଇ ନଥିଲା। ଶନିବାର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ବେଙ୍ଗାଲୁରୁରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌ ବାତିଲ ହେବାରୁ କେକେଆର ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।

ବର୍ଷା ବିପଦ ଆଇପିଏଲ ଉପରେ ରହିଥିବାରୁ ବିସିସିଆଇ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ଥର ପାଇଁ ଅହମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବାକୁ ଯାଉଛି। ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ଏବେ ୨୦୨୫ରେ ମଧ୍ୟ ଫାଇନାଲ ଏଠାରେ ଖେଳାଯିବ। ପ୍ରକୃତରେ ୨୦୨୫ ଆଇପିଏଲର ଫାଇନାଲ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର ଥିଲା। କିନ୍ତୁ କୋଲାକତାରେ ଜୁନ ମାସ ବେଳକୁ ବର୍ଷାର ଆଶଙ୍କା ରହିଛି। ତେଣୁ ବିସିସିଆଇ ଫାଇନାଲ ଭେନ୍ୟୁକୁ ବଦଳାଇ ଦେଇଛି।

ସଂଶୋଧିତ ତାରିଖ

ମେ’ ୨୯: ସମୟ ୭.୩୦- କ୍ୱାଲିଫାୟର ୧(ମୁଲ୍ଲାନପୁର)

ମେ’ ୩୦ : ସମୟ ୭.୩୦- ଏଲିମିନେଟର(ମୁଲ୍ଲାନପୁର)

୧ ଜୁନ- ସମୟ ୭.୩୦ – କ୍ୱାଲିଫାୟର ୧(ଅହମଦାବାଦ)

୩ ଜୁନ – ସମୟ ୭.୩୦- ଫାଇନାଲ (ଅହମଦାବାଦ)

Similar Posts

Leave a Reply

Your email address will not be published. Required fields are marked *