Live Odisha Tv

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର : ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀମଇଲମତଡ଼ପଲାଗିରୋଷ ହୋମଅବକାଶସୂର୍ଯ୍ୟପୂଜାରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା । ଅପରାହ୍ନ ୪ଟାରେ ଭକ୍ତମାନେ ମହାପ୍ରଭୁ ବଳଭଦ୍ରମାଆ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ । ଶ୍ରୀବାଣୀକ୍ଷେତ୍ରର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ତିନି ରଥଙ୍କୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା । ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇ ସୁସଜ୍ଜିତ ନନ୍ଦିଘୋଷତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଦୈବୀକୃପା ଲାଭ କରିଥିଲେ। ଘଣ୍ଟଘଣ୍ଟାମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା । ଭକ୍ତମାନେ ଯେପରି ସୁଚାରୁ ରୂପେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ କିଟ୍‍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Digital Griot