| |

କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ନାଲସାର

ଭୁବନେଶ୍ୱର : ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍ ଭାବରେ ୧ ଲକ୍ଷ ଟଙ୍କା ଓ ମଣିପାଲ ଲ ସ୍କୁଲ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୭୫ ହଜାର ଟଙ୍କାର ପୁରସ୍କାର ହାସଲ କରିଥିଲା।ଏହି ପ୍ରତିଯୋଗିତାରେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ହିମାଂଶୁ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ବକ୍ତା ପୁରସ୍କାରବାଂଲାଦେଶର ଆମେରିକାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ମହମ୍ମଦ ଓୟସି ଉଜ୍ଜମାନଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ଓ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟନାଗପୁରକୁ ଶ୍ରେଷ୍ଠ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ବର୍ଗ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୧୬ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ୧୧ଟି ସରକାରୀ ଆଇନ ମହାବିଦ୍ୟାଳୟ୨୪ଟି ଘରୋଇ ଆଇନ ମହାବିଦ୍ୟାଳୟ ଓ ୨ଟି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ମୋଟ ୫୪ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭିକ ଏବଂ ନକଆଉଟ୍ ରାଉଣ୍ଡ ପରେ ଶ୍ରେଷ୍ଠ ଦଳଗୁଡ଼ିକ ଫାଇନାଲରେ ପ୍ରବେଶ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡ଼ା ଉଦୀୟମାନ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ କିଟ ଲ ସ୍କୁଲର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଲେମୁଟ୍ କୋର୍ଟରେ ଅଂଶଗ୍ରହଣ କରିବା ଏବଂ ଭଲ ଆଇନଜୀବୀ ହେବା ଦିଗରେ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ଏହି ଅବସରରେ ସେ କିଟ ଓ କିସର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଜଷ୍ଟିସ୍ ଗୌଡ଼ା କହିଲେ କିସ୍‍ ରେ ୪୦ ହଜାର ଜନଜାତି ପିଲା ଶିକ୍ଷା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି। ଏହା କେବଳ ଶ୍ରୀ ସାମନ୍ତଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଥିଲେ। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ରାଜ୍ୟବାସୀଙ୍କଠାରୁ ମିଳିଥିବା ଭଲ ପାଇବାର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଜଷ୍ଟିସ୍ ଗୌଡ଼ାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ୱାଡିଆ ଗାନ୍ଧୀର ଅନ୍ୟତମ ପରିଚାଳକ ଆଶିଷ ଆହୁଜା କହିଲେମୁଟ୍ କୋର୍ଟ ଆଇନର ବ୍ୟାଖ୍ୟାଡ୍ରାଫ୍‌ଟ ଲେଖିବା ଓ ଉଭୟଙ୍କ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାକୁ ବୁଝିବାରେ ସାହାଯ୍ୟ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜାପ୍ରଫେସର ଏମେରିଟସ୍ ଏନ.ଏଲ. ମିତ୍ରକୁଳପତି ପ୍ରଫେସର ଶରଣଜିତ ସିଂହଉପକୁଳପତି ଡ. ରାଜୁ କେ. ଡି.କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ ଲ ସ୍କୁଲ ନିର୍ଦ୍ଦେଶକ ଡ ରୋଜ୍ ଭର୍ଗୀସ୍ ପ୍ରମୁଖ ଉପସ୍ଥିତ ଥିଲେ।

Similar Posts

  • | |

    ବିଧାନସଭାରେ ‘ପୋଲାଭରମ’ଝଡ଼

    ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୋଲାଭରମ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଶାସକ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ବିଜେପି ନେତା…

  • ନଦୀକୁ ଖସିପଡିଲା ବସ୍‌

    ପଡୋଶୀ ଦେଶ ‘ନେପାଳ’ରେ ଶୁକ୍ରବାର ଭୋର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଧ୍ୟ ନେପାଳରେ ମଦନ–ଆଶ୍ରିତ ରାଜପଥରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ୬୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୨ଟି ବସ୍‌ ତ୍ରିଶୁଳୀ ନଦୀରେ ବହିଯାଇଛି। ୭ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୀରଗଂଜ ଠାରୁ କାଠମାଣ୍ଡୁ ଯାଉଥିବା ଏକ ବସ୍‌ ତ୍ରିଶୁଳୀ ନଦୀରେ ଖସିପଡ଼ିଥିଲା। ଏଥିରେ ୭ ଜଣ ଭାରତୀୟଙ୍କ…

  • | | |

    ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

    ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ନେତା ମମତା ମହାନ୍ତ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ…

  • | |

    ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ

    ନୂଆଦିଲ୍ଲୀ:ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ବିତୀୟ ସମ୍ପୂର୍ଣ୍ଣ ବଜେଟ ହେବ। ପ୍ରଥମ ଦିନରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର ଦିନକ ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମଥର ପାଇଁ ବଜେଟ ଉପସ୍ଥାପନ କରିବେ। ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ ଆଗତ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ…

  • |

    କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

    ଭୁବନେଶ୍ୱର : କିମସରେ ହେମୋଫାଗୋସାଇଟିକ୍  ଲିମ୍ଫୋହିଷ୍ଟିଓସାଇଟୋସିସ୍‍ ରୋଗରେ ପୀଡ଼ିତ ଜଣେ ୧୭ ବର୍ଷୀୟା ରୋଗୀଙ୍କଠାରେ ଏକ ବିରଳ ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏହା ଏକ ବିରଳ ବଂଶାନୁକ୍ରମିକ ରକ୍ତ ଜନିତ ରୋଗ। ବହୁ ପରୀକ୍ଷା ପରେ କିମ୍‍ସର ବିଶେଷଜ୍ଞମାନେ ଏହା ଏକ ବଂଶାନୁକ୍ରମିକ ରକ୍ତ ଜନିତ ହେମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍ ରୋଗ ବୋଲି ଜାଣି ପାରିଥିଲେ। ଏହାର ଉପଶମ ପାଇଁ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ପରେ କିମ୍‍ସ ବିଷେଜ୍ଞମାନେ…

  • | | |

    ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନସୂଚକ ଡକ୍ଟରେଟ୍

    ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୬ତମ ସମ୍ମାନଜନକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ନିରଞ୍ଜନ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ସ୍ୱାମୀ କୈଳାସନନ୍ଦ ଗିରିଙ୍କୁ ମଧ୍ୟ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଆପେକ୍ସ ବିଶ୍ୱବିଦ୍ୟାଳୟର…

Leave a Reply

Your email address will not be published. Required fields are marked *