କିଟ୍‍ ରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ସମ୍ମିଳନୀ

ଭୁବନେଶ୍ୱର : ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟ୍‍ ରେ ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ପ୍ରତିଭାପ୍ରଯୁକ୍ତିବିଦ୍ୟା ଓ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଆଲୋଚନା ହେବ।

ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାରତ ଓ ବିଦେଶର ଖ୍ୟାତିସଂପନ୍ନ ପ୍ରଫେସରଶିକ୍ଷାବିତ୍‌ସୂଚନା ବୈଜ୍ଞାନିକଗବେଷକ ଓ ଲାଇବ୍ରେରୀ ବୃତ୍ତିଗତମାନେ ଯୋଗ ଦେଇଛନ୍ତି। ଏହା ସମ୍ମିଳନୀ ଜରିଆରେ ଲାଇବ୍ରେରୀର ବିକଶିତ ଭୂମିକା ଏବଂ ସମସାମୟିକ ଡିଜିଟାଲ୍ ଯୁଗରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ବିଚାର ବିମର୍ଶ କରାଯାଇପାରିବ।

ଏହି କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର କେ. ଡି. ରାଜୁସମ୍ମିଳନୀ ନିର୍ଦ୍ଦେଶକ ପ୍ରଫେସର ବି. ରମେଶ ବାବୁମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟୱର୍କର ସଭାପତି ଡ. ଏମ୍‌. ଜି. ଶ୍ରୀକୁମାରମାନଲିବନେଟ ସାଧାରଣ ସଂପାଦକ ଡ ଅଖତର ପରଭେଜକିଟ୍‍ ଲାଇବ୍ରେରୀ ନିର୍ଦ୍ଦେଶିକା  ତଥା ଲାଇବ୍ରେରୀ ସାଇନ୍‍ସ ବିଭାଗୀୟ ମୁଖ୍ୟ ଡ ବିଜୟାଲକ୍ଷ୍ମୀ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପାଠାଗାର ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଦେଶରେ ଗ୍ରନ୍ଥାଗାରିକଙ୍କ ପରିବର୍ତ୍ତିତ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଫେସର କେ. ଡି. ରାଜୁ କହିଲେଗ୍ରନ୍ଥାଗାରିକମାନେ ଆଉ କେବଳ ବୁକକିପର ଭୂମିକାରେ ସୀମିତ ନୁହଁନ୍ତି ବରଂ ଦ୍ରୁତ ଗତିରେ ଟେକ୍ନୋକ୍ରାଟ୍‌ଡିଜିଟାଲ୍ କ୍ୟୁରେଟର ଏବଂ ଶିକ୍ଷାଗତ ସହଯୋଗୀରେ ପରିଣତ ହେଉଛନ୍ତି। ସେହିପରି ବି. ରମେଶ ବାବୁ ଉନ୍ନତ ସୂଚନା ପ୍ରଯୁକ୍ତିର ବିସ୍ତାରିତ ଦିଗ ଏବଂ ସୂଚନା ପ୍ରଣାଳୀର ପରିଚାଳନା ଓ ନିୟନ୍ତ୍ରଣରେ ଏହାର ବ୍ୟବହାରିକ ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ସେ ପାଠାଗାର ସେବାର ଦକ୍ଷତା ଓ ପହଞ୍ଚ ବୃଦ୍ଧି କରିବା ପାଇଁ ଅଭିନବ ଉପକରଣ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଡ ବିଜୟଲକ୍ଷ୍ମୀ ରାଉତରାୟ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଅଧ୍ୟାପକ ଦିଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Digital Griot