କଳାହାଣ୍ଡି…ଏବେ ଭୋକର ଭୁଗୋଳ ପାଇଁ ନୁହେଁ ବରଂ ବିକାଶର ନୂଆ ଠିକଣା ଭାବେ ପରିଚିତ । ପୁଟିଆଚୁରା ଗାଁର ବିଲ ମଝିରେ ଆଖୁପେଡା ହେଉଥିବାର ଏ ଦୃଶ୍ୟ ଦେଖି ହୁଏତ ଆପଣ ଭାବୁଥିବେ ଆଖୁ ସହ ବିକାଶର କି ସଂପର୍କ । ଏ ସଂପର୍କ ଆଖୁ ରସ ଭଳି ଆଉ କଳାହାଣ୍ଡିର ମାଠିଆ ଗୁଡ ଭଳି ଖୁବ୍ ମିଠା କିନ୍ତୁ ଡାଇବେଟିସ୍ ହେବାର ଆଦୌ ଆଶଙ୍କା ନାହିଁ । ସେଥିପାଇଁ ତ ସ୍ୱାସ୍ଥ୍ୟପ୍ରତି ଖୁବ୍ ଯତ୍ନବାନ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଠି ବସି ଆଖୁ ରସ ପିଉଛନ୍ତି ।ଏ ସବୁ ଆଜି ସମ୍ଭବ ହୋଇଛି ବିଧାୟକଙ୍କ ପ୍ରୟାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁ । ଯେଉଁ ଗୋଲାମୁଣ୍ଡା ବ୍ଲକରେ ପାଣିର ଅଭାବ ଯୋଗୁ ଚାଷୀ ବିଲ ପଡିଆ ପଡୁଥିଲା ଆଜି ସେଠାରେ ଜଳ ସଂଶାଧାନର ବିକାଶ ଫଳରେ କପା, ଆଖୁ ଓ ଅନ୍ୟାନ୍ୟ ତୈଳବୀଜ ଚାଷ ହେଉଛି । ଅତୀତରେ ଓଡିଶାର ଭାତହାଣ୍ଡି ଭାବେ ପରିଚିତ କଳାହାଣ୍ଡି ପୁଣି ଥରେ ନୂଆ ଇତିହାସ ଲେଖୁଛି । ଆଗାମୀ ପୀଢି ଚିଶ୍ଚୟ ପଢିବେ ଯେ କିଛି କଳାହାଣ୍ଡିଆ ନେତାଙ୍କ ପ୍ରୟାସ ଓ ପ୍ରଚେଷ୍ଟା ଯୋଗୁ ଏହି ମାଣିକେଶ୍ୱରୀଙ୍କ ମାଟି ପୁଣିଥରେ କିଭଳି ଭାବେ ପ୍ରଗତିର ପଥରେ ଦୌଡିଲା ।






