FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଏବେ ଘର ଜଗିବ ରୋବଟିକ୍ ଡଗ୍

ଏବେ ଘର ଜଗିବ ରୋବଟିକ୍ ଡଗ୍

ଏବେ ଘର ଜଗିବ ରୋବଟିକ୍ ଡଗ୍
SHARE NOW :

ଭୁବନେଶ୍ୱର(ଲାଇଭଓଡିଶା ନ୍ୟୁଜ): ଘରେ କୁକୁର ଟିଏ ରଖିବାପାଇଁ ସମସ୍ତେ ପସନ୍ଦ କରନ୍ତି । ଲୋକଙ୍କ କହିବା ଅନୁସାରେ ଘରେ କୁକୁର ଟିଏ ରହିଲେ ଅଜଣା ଲୋକ ବା ଚୋର ଆସିବା ପାଇଁ ଭୟ କରିଥାନ୍ତି ଏବେ ମାର୍କେଟରେ ବହୁତ ଭେରାଇଟର କୁକୁର ବିକ୍ରି ହେଉଥିବାବେଳେ ଘରେ ଘରେ କୁକୁର ରଖିବା ଏକପ୍ରକାରର ଟ୍ରେଣ୍ଡ ହୋଇଗଲାଣି । ନିକଟରେ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏବେ ମାକେର୍ଟରେ ଜିଅନ୍ତା କୁକୁର ବଦଳରେ ଆସିବ ରୋବଟ ଡଗ୍ । ଚାଇନା କମ୍ପାନୀ ସାଓମି ଏକ ରବୋଟିକ୍ ସାଇବର ଡଗ ଲଞ୍ଚ୍ କରିଛି । ଯାହାର ମୁଲ୍ୟ ୯୯୯୯ ଯ ୟୁଆନ ଯାହାର ଭାରତୀୟ ମୂଲ୍ୟ ୧.୧୫ଲକ୍ଷ ଟଙ୍କା ରହିଛି । ଏହି ସାଇବର କୁକୁରଟିର ଓଜନ ୩ କିଲୋଗ୍ରାମ ହୋଇଥିବା ବେଳେ ଏହା ସେକେଣ୍ଡ ପ୍ରତି ୩.୨ମିଟର ବେଗରେ ଗତି କରିପାରିବ । ଏଥିରେ Nvidia କମ୍ପାନିର ଜେଟସନ ଜାଭିୟର ଏଆଇ ପ୍ଲାଟଫର୍ମ ପ୍ରୋସେସର ଲାଗିଛି । ଏହା ବ୍ୟତୀତ ଏଥିରେ କ୍ୟାମେରା, ଅଲଟ୍ରା ଓ୍ଵାଇଡ ଏଙ୍ଗେଲ ଫିସ ଆଇ ଲେନ୍ସ, ସେନସର୍ସ, ଜିପିଏସ ମଡ୍ୟୁଲ, ଇନଟେଲ ରିଏଲ ସେନ୍ସ D୪୫୦ କ୍ଷମତା ବିଶିଷ୍ଟ ସେନ୍ସିଙ୍ଗ କ୍ୟାମେରା ଦିଆଯାଇଛି । ଯାହାଫଳରେ ଏହି ରୋବୋଟଟି ନିଜ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ସହିତ ସଙ୍ଗେସଙ୍ଗେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ସକ୍ଷମ ହେବ । ଏହି ସାଇବର ଡଗ୍ରେ ଫେସ ରେକଗନାଇଜ ପ୍ରଯୁକ୍ତିବିଦ୍ୟା ରହିଛି । ଯେଉଁ କାରଣରୁ ଏହା ନିଜ ମାଲିକକୁ ଚିହ୍ନିପାରିବ ଏବଂ ମାଲିକକୁ ସବୁ ପରିସ୍ଥିତିରେ ସାହାଯ୍ୟ କରିପାରିବ ।


ବିଶ୍ୱର ସବୁଠୁ ବଡ କମ୍ପାନି ସାଓମି ଏହି ରୋବଟ ଟିକୁ କାହିଁକି ଲଞ୍ଚ୍ କରିଛି ସେନେଇ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ଜଣାଇନାହିାଁ ପ୍ରସ୍ତୁତ ହୋଇଥିବା ରବୋଟ୍ଗୁଡ଼ିକୁ କେବଳ ସାଓମିର ପ୍ରଶଂସକ, ଇଞ୍ଜିନିୟର ଏବଂ ରୋବୋଟିକ୍ସ ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କୁ ଦିଆଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts