FOLLOW US ON SOCIAL

  1. Home
  2. »
  3. ବାଣିଜ୍ୟ
  4. »
  5. ପୁଣି କମିଛି ସୁନାର ଦାମ୍‌

ପୁଣି କମିଛି ସୁନାର ଦାମ୍‌

ପୁଣି କମିଛି ସୁନାର ଦାମ୍‌
SHARE NOW :

ନୂଆଦିଲ୍ଲୀ (ଲାଇଭ୍ ଓଡିଶା ନ୍ୟୁଜ୍‌): ସୁନା କିଣିବା ପାଇଁ କିଏ ବା ଭଲ ନ ପାଏ, କିନ୍ତୁ ସୁନା ପ୍ରତି ବେଶୀ ଆକର୍ଷଣ ହୋଇଥାନ୍ତି ମହିଳାମାନେ । ଯେଉଁ ସମୟରେ ସୁନାର ଦାମ୍ କମିଯାଇଥାଏ ସେ ସମୟରେ ଅଳକାଂର ଦୋକାନ ମାନଙ୍କରେ ବେଶ୍ ଭିଡ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ କମିବା ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଯେଉଁଥିପାଇଁ ଏହାର ଦାମ୍ ସାମାନ୍ୟ ହ୍ରାସ ପାଇଛି । ରୁପାର ଦାମ୍ କିନ୍ତୁ ସାମାନ୍ୟ ବଢିଛି।


ମଙ୍ଗଳବାର ସୁନା ୩୭ ଟଙ୍କା ହ୍ରାସ ପାଇଥିବା ବେଳେ ଗୁରୁବାର ସୁନାର ଦାମ ୨୬୪ ଟଙ୍କା କମି ୧୦ ଗ୍ରାମ ପିଛା ୪୬୧୪୦ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମଙ୍ଗଳବାର ସୁନା ୪୬୪୦୪ ଟଙ୍କାରେ ଥିଲା। ସେହିପରି ମଙ୍ଗଳବାର ରୁପା ୩୩୨ ଟଙ୍କା ହ୍ରାସ ପାଇ ୬୩୪୬୪ ଟଙ୍କାରେ ପହଁଚିଥିବାବେଳେ ଗୁରୁବାର ତାହା ୨୨ ଟଙ୍କା ବୃଦ୍ଧି ପାଇ ୬୩୪୮୬ରେ ପହଁଚି ଯାଇଛି ।


ଏଚଡିଏଫସି ସିକ୍ୟୋରିଟିଜ ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ସୁନା ଦାମ ବଢୁଛି । ଯେଉଁମାନେ ସୁନାର ନିବେଶ କରି କ୍ଷତି ସହିଥିଲେ ଏବେ ସେମାନେ ଲାଭ ପାଉଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସାମାନ୍ୟ ବଢିଥିବା ବେଳେ ଏହାର ପ୍ରଭାବ ଗହଣା ବଜାରରେ ପଡିଛି ।ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ଆଉନ୍ସ ପିଛା ୧୭୯୮ ଡଲାର ରହିଥିବାବେଳେ ରୁପା ଆଉନ୍ସ ପିଛା ରହିଛି ୨୪. ୩୭ ଡଲାର ।

Leave a Reply

Your email address will not be published. Required fields are marked *

Related Posts