FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଭାରତରେ ଲଞ୍ଚ ହେବ ଆଇଫୋନ୍-୧୩ ଘୋଷଣା ହେଲା ଡେଟ୍‌

ଭାରତରେ ଲଞ୍ଚ ହେବ ଆଇଫୋନ୍-୧୩ ଘୋଷଣା ହେଲା ଡେଟ୍‌

ଭାରତରେ ଲଞ୍ଚ ହେବ ଆଇଫୋନ୍-୧୩ ଘୋଷଣା ହେଲା ଡେଟ୍‌
SHARE NOW :

ନୂଆଦିଲ୍ଲୀ( ଲାଇଭ୍ ଓଡିଶା ନ୍ୟୁଜ୍‌) :ଗ୍ରାହକ ମାନଙ୍କର ବହୁଦିନର ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାହିଁକି ନା ଏବେ ଆପଲର ଆଇଫୋନ୍‌-୧୩ ଭାରତରେ ଲଞ୍ଚ ହେବାକୁ ଯାଉଛି । ସେପ୍ଟେମ୍ବର ୧୪ରେ କମ୍ପାନୀ ଏହି ଫୋନକୁ ଲଞ୍ଚ କରିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧ରୁ ଏହାର ବିକ୍ରି ଆରମ୍ଭ ହେବ ।


ତେବେ ଆପଲ୍ ୨୦୧୭ ରେ ଆଇଫୋନ୍ ଢ ଲଞ୍ଚ କରିଥିଲା, ଯେଉଁଥିରେ ନଚ୍ ଫିଚର୍ସ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ନୂଆ ଆଇଫୋନରେ ଏକ ଛୋଟ ନଚ୍ ମଧ୍ୟ ଦିଆଯିବ। ଆଇଫୋନ୍-୧୨ ମଡେଲ୍ ପରି ଫିଚର୍ସ ମଧ୍ୟ ଏହି ଫୋନରେ ଉପଲବ୍ଧ ହେବ । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଚୀନ ଏବଂ ୟୁକେରେ ଏହି ଫୋନର ବିକ୍ରି ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ ।


ଏହି ଫୋନ ଲଞ୍ଚ ହେବା ସହ ଏକା ସାଙ୍ଗରେ ଆଇଫୋନ-୧୩, ଆଇଫୋନ-୧୩ ମିନି, ଆଇଫୋନ-୧୩ ପ୍ରୋ ଏବଂ ଆଇଫୋନ-୧୩ ପ୍ରୋ ମ୍ୟାକ୍ସ ଲଞ୍ଚ ହେବ । ଆଇଫୋନ-୧୩ ସିରିଜ ଫୋନର ସର୍ବନିମ୍ନ ମୂଲ୍ୟ ୭୯ ହଜାରରୁ ଆରମ୍ଭ ହେବ । ଏହି ଆଇଫୋନ୍ ୧୩ ରେ ଫେସ୍ ଆଇଡି ଏବଂ ସେଲଫି କ୍ୟାମେରା ଉପଲବ୍ଧ ହେବ । ଏହା ସହିତ ଫୋନର ସର୍ବାଧିକ ମୂଲ୍ୟ ୧ ଲକ୍ଷ ୨୯ ହଜାର ଟଙ୍କା ରହିବ । ଗ୍ରାହକମାନେ ଏହାକୁ ପ୍ରି-ବୁକ୍ କରିବାର ସୁବିଧା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *

Related Posts