- Home
- »
- Breaking News
- »
- ଆସନ୍ତା ବର୍ଷଠାରୁ ମହଙ୍ଗା ହେବ ପୋଷାକ ଓ ଜୋତା
ଆସନ୍ତା ବର୍ଷଠାରୁ ମହଙ୍ଗା ହେବ ପୋଷାକ ଓ ଜୋତା

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଏବେ ଟ୍ରେଣ୍ଡରେ ମହଙ୍ଗାମାଡ । ପେଟ୍ରୋଲ , ଡିଜେଲ ଓ ରାସନ ସାମଗ୍ରୀ ପରେ ପୋଷାଜ ଓ ଜୋତା ମଧ୍ୟ ହେବ ମହଙ୍ଗା । ଜାନୁୟାରୀ ୨୦୨୨ରୁ ଦେଶବାସୀଙ୍କୁ ଲାଗିବ ବଡ ଝଟକା । ପୋଷାକ ଓ ଟେକ୍ସଟାଇଲ ସାଙ୍ଗକୁ ଫଟୱେର ବି ମହଙ୍ଗା ହେବ ବୋଲି ଜଣାପଡିଛି । ପ୍ରଚଳିତ ୫ ପ୍ରତିଶତ ସେବା ଓ ସାମଗ୍ରୀ କରକୁ ୧୨ ପ୍ରତିଶତ ପର୍ୟ୍ୟନ୍ତ ବଢାଇ ଦିଆଯାଇଛି । ଫିନିସଡ୍ ସାମଗ୍ରୀ ଉପରେ ଏପର୍ୟ୍ୟନ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ଯାହାକୁ ୧୨ ପ୍ରତିଶତ କରାଯାଇଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଜାରି କରଇତିବା ନୋଟିଫିକେସନରେ ସୂଚିନା ଦେଇଛି । ତେବେ ଏହା ଜାନୁଆରୀ ୨୦୨୨ରୁ ଲାଗୁ କରାଯିବ । ପୂର୍ବରୁ କେବଳ ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ଦରର ପୋଷାକ ଓ ଫୁଟୱେର ଉପରେ ୫ ପ୍ରତିଶତ ଜିଏସଟି ଅସୁଲ ହେଉଥିଲା । ନୂଆ ନିଷ୍ପତ୍ତିରେ କୌଣସି ମୂଲ୍ୟର ପୋଷାକ ହେଉ ଅଥବା ଜୋତା ସବୁ ଉପରେ ୧୨ ପ୍ରତିଶତ ଶୁଳ୍କ ଧାର୍ୟ୍ୟ ହେବ । ସେହିପରି ଟେକ୍ସଟାଇଲ ଯେପରିକି ହାତରେ ବୁଣା ପୋଷାକ, ସିନ୍ଥେଟିକ ୟାର୍ଣ୍ଣ, ପାଇଲ ଫେବ୍ରିକ୍ସ, ବ୍ଲାଙ୍କେଟ, ଟେଣ୍ଟ ଓ ଟେବୁଲ କ୍ଲଥ ପରି ସାମଗ୍ରୀ ଉପରେ ମଧ୍ୟ ୫ ବଦଳରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କ୍ଲୋଦିଙ୍ଗ ମାନୁଫେକ୍ଟରିଂ ଆସୋସିଏସନ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଛନ୍ତି ।