FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କେନ୍ଦ୍ରୀୟ କର୍ମଚାରୀଙ୍କୁ ପୂଜା ଉପହାର, ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କୁ ପୂଜା ଉପହାର, ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କୁ ପୂଜା ଉପହାର, ବଢିଲା ମହଙ୍ଗା ଭତ୍ତା
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି । ୩ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ଏନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବଢିବା ନେଇ ଆଲୋଚନା ହୋଇଛି । ଏହି ପ୍ରସ୍ତାବରେ ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରେ ସରକାର ମହଙ୍ଗା ଭତ୍ତା (ଊଇ) କୁ ୧୧ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାପୂର୍ବରୁ ଡିଏକୁ ୧୭ ପ୍ରତିଶତ ହାରରେ ଦିଆଯାଉଥିଲା। ଊଇ ରେ ଆହୁରି ୩ ପ୍ରତିଶତ ବଢ଼ିବା ଦ୍ୱାରା ମହଙ୍ଗା ଭତ୍ତା (ଊଇ) ୩୧ ପ୍ରତିଶତକୁ ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ବୃଦ୍ଧି ହେବା ସହିତ ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇବ। ଏଥିରେ ଟିଏ ଏବଂ ସିଏ ମଧ୍ୟ ସାମିଲ ଅଛି। ଏଥି ସହିତ ଅବସର ପାଇଁ ପ୍ରୋଭିଡେଣ୍ଟ ପଣ୍ଡ ଏବଂ ଗ୍ରାଚ୍ୟୁଟିରେ ବୃଦ୍ଧି ହେବ। ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇରେ ସଂଶୋଧିତ ହୁଏ।

Leave a Reply

Your email address will not be published. Required fields are marked *

Related Posts