ଦୁଇ ଦିନରେ ୧,୦୦୦ ଟଙ୍କା ଶସ୍ତା ହେଲା ସୁନା

SHARE NOW :
ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍): ଲଗାତାର ତୃତୀୟ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ପାଇ ୪୮,୬୨୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ ପାଇ ୭୦,୬୬୩ ଟଙ୍କାରେ ପହଞ୍ଚିଛି। ଏହି ହ୍ରାସ ପରେ ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨% ଅର୍ଥାତ୍ ୯୫୦ ଟଙ୍କା ହ୍ରାସ ପାଇଥିଲା ଓ ରୂପା ପ୍ରତି କିଲୋକୁ ୨.୫% ଅର୍ଥାତ୍ ୧,୮୦୦ ଟଙ୍କା ହ୍ରାସ ପାଇଥିଲା।
ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗିବା ସହ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।