- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ପରମିଶନ ନଥିଲେ ଉଡାଇପାରିବେ ନାହିଁ ଡ୍ରୋନ, ମାଲିକ ଏବଂ ପାଇଲଟ ୨ଜଣ କରିବେ ରେଜିଷ୍ଟ୍ରେସନ
ପରମିଶନ ନଥିଲେ ଉଡାଇପାରିବେ ନାହିଁ ଡ୍ରୋନ, ମାଲିକ ଏବଂ ପାଇଲଟ ୨ଜଣ କରିବେ ରେଜିଷ୍ଟ୍ରେସନ

SHARE NOW :
ଲାଇଭ୍ ଓଡ଼ିଶା(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରୋନ ସାର୍ଟିଫିକେସନ ସ୍କିମ ଆରମ୍ଭ କରିଛନ୍ତି । ଏହି ନୋଟିଫିକେସନ ନାଗରିକ ବିମାନ ମନ୍ତ୍ରାଳୟ ଜାରି କରିଛି । ସରକାର ଦେଶରେ ୱାର୍ଲ୍ଡ ଲିଡିଂ ଡ୍ରୋନ ସିଷ୍ଟମ ଉପରେ କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା ଭାରତରେ ଏୟାରସ୍ପେସରେ ଲକ୍ଷ ଲକ୍ଷ ଡ୍ରୋନ ସମସ୍ତ ସୁରକ୍ଷା ସହିତ ବ୍ୟବହାର କରାଯାଇ ପାରିବ । ଏଥିରେ ଭାରତର ଫିଜିକଲ ଏବଂ ଡିଜିଟାଲ ଇନ୍ଫ୍ରା ଷ୍ଟ୍ରକ୍ଚର ତିଆରି କରିବାରେ ସହାୟକ ହେବ । ଏହି ପ୍ରକ୍ରିୟା ଦୃତଗତିରେ ଆରମ୍ଭ ହୋଇସାରିଛି । ସରକାର ନୂତନ ଡ୍ରୋନ ନିୟମ-୨୦୨୧ ପୂର୍ବବର୍ଷ ଅଗଷ୍ଟ ମାସରେ ଜାରି କରିଥିଲେ । ଡ୍ରୋନ ନିୟମ-୨୦୨୧ ଡ୍ରୋନ ପାଇଁ ଗ୍ଲୋବାଲ ସାର୍ଟିଫିକେସନ ଏବଂ ଭଲ ଫ୍ରେମୱାର୍କ ସ୍ଥାପିତ କରାଯାଉଛି । ଏଥିରେ କମର୍ସିଆଲ ଡ୍ରୋନ ଟେକ୍ନୋଲୋଜି ଅତ୍ୟାଧୁନିକ ସୁରକ୍ଷା ସହିତ ଆଗକୁ ବଢି ପାରିବ । ରେଜିଷ୍ଟ୍ରେସନ ଓ ଅପରେସନ ପାଇଁ ଡିଜିଟାଲ ସ୍କାଇ ପ୍ଲାଟ ଫର୍ମ ସରକାର ଆରମ୍ଭ କରିସାରିଛନ୍ତି । ଡ୍ରୋନ ନିୟମ ସହିତ ଏୟାରସ୍ପେସ ମ୍ୟାପ, ପିଏଲଆଇ ସ୍କିମ୍ ଓ ଡିଜିଟାଲ ସ୍କାଇ ପ୍ଲେଟଫର୍ମର ସିଙ୍ଗଲ ୱିଣ୍ଡୋ ଦ୍ୱାରା ଭାରତରେ ମେନ୍ୟୁଫେକ୍ଚରିଂ ଇଣ୍ଡଷ୍ଟ୍ରି ପାଇଁ ସହଯୋଗ ହୋଇପାରିବ । ସମସ୍ତ ଡ୍ରୋନ ବ୍ୟବହାରୀ ଥରେ ମାତ୍ର ରେଜିଷ୍ଟ୍ରେସନ କରିବେ । ଡ୍ରୋନ ସହିତ ମାଲିକ ଓ ପାଇଲଟ ମଧ୍ୟ ରେଜିଷ୍ଟ୍ରେସନ କରିବେ । ୟେଲୋ ଓ ରେଡ୍ ଜୋନ ପାଇଁ ପ୍ରଥମେ ପରମିଶନ ଆଣିବାକୁ ପଡିବ ।
ନୂତନ ଡ୍ରୋନ ପଲିସି ବିଳମ୍ବ ହେବାର କାରଣ :
ଜୁନ ୨୭ରେ ଜମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏହି କାରଣ ପାଇଁ ଦେଶରେ ଡ୍ରୋନ ପଲିସି ଅଟକି ରହିଥିଲା । ୨୦୧୪ ରେ ଅପବ୍ୟବହାରକାରୀଙ୍କ ବିରୋଧରେ ନିୟମ ଆଣିବା ବଦଳରେ ଡ୍ରୋନ ପଲିସିକୁ ବେନ କରିଦିଆଯାଇଥିଲା । ଡ୍ରୋନର ଅବୈଧ ପ୍ରାଇଭେଟ ଇମ୍ପୋର୍ଟ, ଅପବ୍ୟବହାର, ୨୦୧୮ରେ ୫ରୁ ୬ଲକ୍ଷ ଡ୍ରୋନ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିଲା ।
ଏହି ବିଳମ୍ବ ପାଇଁ ଗ୍ଲୋବାଲ ଡ୍ରୋନ ମାର୍କେଟରେ ଭାରତ ବହୁତ ପଛରେ ରହିଯାଇଛି । ୨୦୨୫-୨୬ ସୁଦ୍ଧା ୧୩ ହଜାର କୋଟି ଟଙ୍କା (୧.୮ ବିଲିୟନ ଡଲାର) ପହଂଚି ଯିବ । ୧୪.୬୧% ବର୍ଷକୁ ବିକ୍ରି ହେବ । କିନ୍ତୁ ୱାର୍ଲ୍ଡ ମାର୍କେଟରେ କେବଳ ୩% ହିଁ ରହିବ, ୪.୭୫ ଲକ୍ଷ କୋଟି ଟଙ୍କା(୬୩.୬ ବିଲିୟନ ଡଲାର) ପର୍ଯ୍ୟନ୍ତ ପହଂଚିପାରିବ । ଅର୍ନଷ୍ଟ ଏଣ୍ଡ ୟଙ୍ଗର ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ଭାରତରେ ଡ୍ରୋନ ବଜାରରେ ୩ଲକ୍ଷ କୋଟିରେ ପହଂଚିଯିବ ।
ନୂତନ ପଲିସିରେ ଡ୍ରୋନ ପାଇଁ ବ୍ୟବସ୍ଥା :
ଡିଜିଟାଲ ସ୍କାଏ ପ୍ଲେଟଫର୍ମ ତିଆରି କରାଯାଉଛି । ଡ୍ରୋନ ରେଜିଷ୍ଟ୍ରେସନ, ୟୁନିକ ଆଇଡେଣ୍ଟିଫିକେସନ ନମ୍ବର ଓ ରାସ୍ତା ନିରୁପଣ କାର୍ଯ୍ୟ କରିବ । ଏହି ବ୍ୟବସ୍ଥା ଆର୍ଟିଓ ବିଭାଗ ଜାରି କରିବ ।
ଡିଜିଟାଲ ସ୍କାୟ ପ୍ଳାଟ ଫର୍ମ ଡ୍ରୋନ ଟେକ୍ନୋଲୋଜି ଫ୍ରେମୱାର୍କ, ଏନ୍ପିଏନ୍ଟି(ନୋ ପରମିଶନ, ନୋ ଟେକ୍-ଅପ୍), ଫ୍ଲାଇଟ୍ ପରମିଶନ ଡିଜିଟାଲ ହେବ ଏବଂ ଡ୍ରୋନ ଅପରେସନ ଟ୍ରାଫିକ ବ୍ୟବସ୍ଥାକୁ ମ୍ୟାନେଜ କରିବ । ଆର୍ଟିଓ ସହିତ ଏହି ପ୍ଲାଟ ଫର୍ମକୁ ଟ୍ରାଫିକ ପୋଲିସ ଦ୍ୱାୟିତର ସହିତ ବ୍ୟବହାର କରିବେ ।
ଡ୍ରୋନ ଉଡାଇବା ପାଇଁ ୩ଶହ କିମିରୁ ୫ଶହ କିମିକୁ ବଢାଇ ଦିଆଯାଇଛି । ଏଥିରେ ଥିବା ବିଭିନ୍ନ ଚାର୍ଜକୁ କମେଇ ଦିଆଯାଇଛି । ନିୟମ ଉଲ୍ଲଘଂନ କଲେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ରଖାଯାଇଛି । ରେଜିଷ୍ଟ୍ରେସନ ଓ ଲାଇସେନ୍ସ ଆବେଦନ କରି ନଥିଲେ ସିକ୍ୟୁରିଟ କ୍ଳିୟରାନ୍ସ ମିଳି ପାରିବ ନାହିଁ ।
ଇଣ୍ଡିଆନ ରେଲୱେ, ନେସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ସମେତ ଅନ୍ୟ ପ୍ରାଇଭେଟ କମ୍ପାନୀ ମଧ୍ୟ ଡ୍ରୋନ କମର୍ସିଆଲ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିସାରିଛନ୍ତି ।