FOLLOW US ON SOCIAL

  1. Home
  2. »
  3. ବାଣିଜ୍ୟ
  4. »
  5. ଇଣ୍ଡିଆନ୍‌ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ ପକ୍ଷରୁ ପ୍ରଥମ ଏଜିଏମ୍‌ଏବଂବୈଷୟିକ ଅଧିବେସନ ଆୟୋଜିତ

ଇଣ୍ଡିଆନ୍‌ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ ପକ୍ଷରୁ ପ୍ରଥମ ଏଜିଏମ୍‌ଏବଂବୈଷୟିକ ଅଧିବେସନ ଆୟୋଜିତ

ଇଣ୍ଡିଆନ୍‌ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ ପକ୍ଷରୁ ପ୍ରଥମ ଏଜିଏମ୍‌ଏବଂବୈଷୟିକ ଅଧିବେସନ ଆୟୋଜିତ
SHARE NOW :

କେନ୍ଦୁଝର (ଲାଇଭ ଓଡ଼ିଶା): ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) କେନ୍ଦୁଝର ଶାଖା ପକ୍ଷରୁ ନିଜ ପଦାଧିକାରୀଙ୍କ ଚୟନ ପାଇଁ ଏହାର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଓ ବୈଷୟିକ ଅଧିବେସନ ବଡ଼ବିଲ ଠାରେ ଆୟୋଜିତ ହୋଇଯାଇଛି । ଧାତୁ ଓ ଖଣିଜ ଶିଳ୍ପ ସହିତ ଜଡ଼ିତ ଅଧିକାଂଶ ସଂସ୍ଥା ଓ ଶାଖାରେ ସାମିଲ ହୋଇଥିବା କେନ୍ଦୁଝରର ପେସାଦାର ଅନୁଷ୍ଠାନ ଗୁଡ଼ିକର ପ୍ରତିନିଧିମାନେ ଏହିବୈଠକରେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକରେ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ ଅପରେସନ୍ ଓ ମେଣ୍ଟେନାନ୍ସ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ମଣିକାନ୍ତ ନାୟକଙ୍କୁ ସର୍ବସମ୍ମତି କ୍ରମେ ଶାଖାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ମିନ୍‌ମେଟ୍ କନ୍‌ସଲଟାଣ୍ଟସ୍‌ର ପରିଚାଳନା ନିର୍ଦ୍ଦେଶକ ଡଃସୁରେଶ ଚନ୍ଦ୍ର ଖଟୋଇଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ଼ର ଇଲେକ୍ଟ୍ରିକାଲ ବିଭାଗ ମୁଖ୍ୟ ପ୍ରତ୍ୟୁସ ନନ୍ଦଙ୍କୁ ସଚିବ, ଜେଏସ୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ଭାଇସପ୍ରେସିଡେଣ୍ଟ ବ୍ରିଜ୍ ବଧଦ୍ରାଙ୍କୁ ଯୁଗ୍ମସଚିବ, ମିନ୍‌ମେଟ୍ କନ୍‌ସଲଟାଣ୍ଟସ୍‌ର ନିର୍ଦ୍ଦେଶକ ପ୍ରତ୍ୟୁଷ ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଆରିଆଷ୍ଟିଲର ମହାପ୍ରବନ୍ଧକ ସୁରଜ ପ୍ରସାଦ, ରାଉରକେଲାର ୟୁଜିଆଇଇ ମେଟାଲରଜିକାଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଏଚ୍‌ଓଡ଼ି ରାମ ଚନ୍ଦ୍ର ସାହୁ ଏବଂ ବଡ଼ବିଲ ରୁଙ୍ଗଟା ଷ୍ଟିଲର ମହାପ୍ରବନ୍ଧକ ପି କେ ଦେଓଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମଣିକାନ୍ତ ନାୟକ କମିଟିର ସଦସ୍ୟ ଓ ଉପସ୍ଥିତ ଲୋକମାନଙ୍କୁ ଧନ୍ୟବାଦ ଜଣାଇବା ସହ ମିଳିତ ଭାବେ ଭବିଷ୍ୟତର ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ନିମନ୍ତେ ଆଇଆଇଏମ୍ କେନ୍ଦୁଝର ଭଳି ଏକ ଉତ୍କଷ୍ଟ ମଂଚର ଉପଯୁକ୍ତ ବ୍ୟବହାର କରିବା ପାଇଁ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଗେଇ ଆସିବାକୁ କହିଥିଲେ ।


ମିନ୍‌ମେଟ୍ ଟେକ୍‌ନୋଲୋଜିଜ୍‌ର ପରିଚାଳନା ନିର୍ଦ୍ଦେଶକ ଡଃସୁରେଶ ଚନ୍ଦ୍ର ଖଟ୍ଟୋଇ କେନ୍ଦୁଝରରେ ଔଦ୍ୟୋଗିକ ବିକାଶ ମୁଖ୍ୟତଃ ମେଟାଲ କ୍ଷେତ୍ରରେ ଥିବା ବିଶାଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ଏଭଳି ଏକ ମଂଚ ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସ୍‌ପିଏଲ୍‌ର କାର୍ଯ୍ୟ ନିର୍ବାହୀ ଭାଇସପ୍ରେସିଡେଣ୍ଟ ଶ୍ରୀବ୍ରିଜ୍ ବଧଦ୍ରା ଏହି ଶାଖାକୁ ଅଧିକ ସକ୍ରିୟ ତଥା ଭାବ ଆଦାନ ପ୍ରଦାନର ମାଧ୍ୟମ କରିବା ପାଇଁ ଉପସ୍ଥିତ ସମସ୍ତ ଲୋକଙ୍କୁ ନିଜ ବିଚାର ରଖିବାକୁ ଆହ୍ୱାନ ଦେଇଥିଲେ ।


ବାର୍ଷିକ ସାଧାରଣ ବୈଠକ ପରେ ଆୟୋଜିତ ଏକ ଆକର୍ଷଣୀୟ ବୈଷୟିକ ଅଧିବେସନରେ ୩ଜଣ ପ୍ରତିଷ୍ଠିତ ବକ୍ତା ନିଜ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ କେନ୍ଦୁଝର ଠାରେ ଅବସ୍ଥିତ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଆଣ୍ଡ ଇଞ୍ଜିନିୟରିଂର ଅଧ୍ୟକ୍ଷ ଏ କେ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱର ଆଇଏମ୍‌ଏମ୍‌ଟିର ବରିଷ୍ଠ ବୈଜ୍ଞାନିକ ଡଃ ଅଶୋକ ସାହୁ ଷ୍ଟିଲ ମେକିଂରେଲିନ୍‌ଓର ର ବ୍ୟବହାର ଉପରେ ନିଜ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଟିଆରଏଲ୍ କ୍ରୋସାକିରିଫ୍ରାକ୍ଟୋରିଜ୍ ଲିମିଟେଡ଼ର ବରିଷ୍ଠ ଭାଇସପ୍ରେସିଡେଣ୍ଟ ଡଃ ଅରୁପ ସାମନ୍ତ ଡିଆରଆଇ ଏବଂ ପେଲେଟିଜେସନ୍ ପାଇଁ ରିଫ୍ରାକ୍ଟୋରିର ବ୍ୟବହାର ଏବଂ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼ର ଜୋନାଲ ମହା ପ୍ରବନ୍ଧକ ଶୈଳେନ୍ଦ୍ର ୱେଲେଟି ଷ୍ଟିଲମେକିଂର ଔଦ୍ୟୋଗିକ ଅନୁପ୍ରୟୋଗ ପାଇଁ ପ୍ରାକୃତିକ ଗ୍ୟାସର ବ୍ୟବହାର ଭଳି ବିଷୟବସ୍ତୁ ଉପରେ ନିଜର ତଥ୍ୟ ଉପସ୍ଥାପନା କରିଥିଲେ । ଅଂଶଗ୍ରହଣକାରୀମାନେ ନିଜ ପ୍ରଶ୍ନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଅଧିବେସନକୁ ଆକର୍ଷଣୀୟ କରିଥିଲେ ।
ଶିଳ୍ପାନୁଷ୍ଠାନର ଇଞ୍ଜିନିୟର ଓ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ ନିଜ ନିଜର ଅଗ୍ରଗତି ଦିଗରେ ଏହି ମକ୍ଟକ୍ଟ୍ରର ଗୁରୁତ୍ୱକୁ ଅନୁଭବ କରିଥିଲେ । ସଂସ୍ଥା ଓ ଅନ୍ୟ ଅନୁଷ୍ଠାନ ଗୁଡ଼ିକର ହିତକୁ ଧ୍ୟାନରେ ରଖି ଏଭଳି ବୈଷୟିକ ଓ ଅନ୍ୟ ଅଧିବେସନ ଆୟୋଜନର ସଂକଳ୍ପ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts