FOLLOW US ON SOCIAL

  1. Home
  2. »
  3. ବାଣିଜ୍ୟ
  4. »
  5. ଆମାଜନ ମୁଖ୍ୟ ପଦବୀରୁ ଓହରିଲେ ଜେଫ ବେଜୋସ୍‌

ଆମାଜନ ମୁଖ୍ୟ ପଦବୀରୁ ଓହରିଲେ ଜେଫ ବେଜୋସ୍‌

ଆମାଜନ ମୁଖ୍ୟ ପଦବୀରୁ ଓହରିଲେ ଜେଫ ବେଜୋସ୍‌
SHARE NOW :

ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଜେଫ୍ ବେଜୋସ୍ ଆମାଜନକୁ ଏକ ଅନଲାଇନ୍ ବହି ବିକ୍ରେତାଙ୍କ ଠାରୁ ବିଶ୍ୱର ଏକ ଶକ୍ତିଶାଳୀ କମ୍ପାନୀରେ ପରିଣତ କରିବା ପରେ ଏବେ ଏହାର ମୁଖ୍ୟ ପଦବୀରୁ ଓହରୁଛନ୍ତି । ସେ ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟ ଆଣ୍ଡି ଜାସିଙ୍କୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ମହାକାଶ ଅନୁସନ୍ଧାନ ସଂସ୍ଥା ଏବଂ ଅନ୍ୟାନ୍ୟ ପ୍ରୟାସରେ ଧ୍ୟାନ ଦେବେ।ତେବେ ସେ ୨୭ ବର୍ଷ ପୂର୍ବେ ପ୍ରତିଷ୍ଠିତ କରିଥିବା ଟେକ୍ନୋଲୋଜି ଏବଂ ଇ-କମର୍ସ କମ୍ପାନୀର କାର୍ଯ୍ୟନିର୍ବାହି ଚେୟାରମ୍ୟାନ ଭାବରେ ଏକ ପ୍ରମୁଖ ଭୂମିକା ବଜାୟ ରଖିବେ ।

ଆମାଜନର ବଜାର ମୂଲ୍ୟ ୧.୭ ଟ୍ରିଲିୟନ ଡଲାରରୁ ଅଧିକ ।ଇ-ବାଣିଜ୍ୟ, କ୍ଲାଉଡ୍ କମ୍ପ୍ୟୁଟିଂ, ଗ୍ରୋସରୀ, କୃତ୍ରିମ ବୁଦ୍ଧିମତା, ଷ୍ଟ୍ରିମିଂ ମିଡିଆ ଏବଂ ଅନ୍ୟାନ୍ୟ କାର୍ଯ୍ୟରୁ ଏହା ୨୦୨୦ ର ବାର୍ଷିକ ଆୟ ୩୮୬ ବିଲିୟନ ଡ଼ଲାର୍ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ବେଜୋସ୍ ଏବେ ତାଙ୍କ ସ୍ପେସ୍ ଫାର୍ମ ବ୍ଲୁ ଅରିଜିନ୍ ସହିତ ପ୍ରୋଜେକ୍ଟରେ ଅଧିକ ସମୟ ବିତାଇବା ପାଇଁ ଆମାଜନ ମ୍ୟାନେଜମେଣ୍ଟରୁ ଦୂରେଇ ଯିବେ – ଯାହା ତାଙ୍କୁ ଏହି ମାସ ଶେଷରେ ମହାକାଶକୁ ନେବାକୁ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *

Related Posts