FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁଣି ବଢିଲା ପେଟ୍ରୋଲ ଦର: ଲିଟର ଛୁଇଁଲା ୧୧୧

ପୁଣି ବଢିଲା ପେଟ୍ରୋଲ ଦର: ଲିଟର ଛୁଇଁଲା ୧୧୧

ପୁଣି ବଢିଲା ପେଟ୍ରୋଲ ଦର: ଲିଟର ଛୁଇଁଲା ୧୧୧
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ); ନାକେଦମ୍ କରିସାରିଲାଣି ପେଟ୍ରୋଲ ଦର । କ୍ରମାଗତ ଭାବେ ଦର ବଢିବାରୁ ଗାଡି ଛୁଇର୍ବାକୁ ଲୋକେ ଡରିଲେଣି । ଦିନକୁ ଦିନ ଉପରମୁହାଁ ହୋଇଚାଲିଛି ପେଟ୍ରୋଲ ଡିଜେଲ ଦର । ପୁଣି ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ବୃଦ୍ଧି ହୋଇଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୪ ଟଙ୍କା ୫୭ ପଇସା ପ୍ରତି ଲିଟର ହୋଇଛି। ସେପଟେ ମୁମ୍ବାଇରେ ତୈଳ ଦର ରେକର୍ଡ ଭାଙ୍ଗିଛି। ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୭୭ ପଇସାରେ ପହଞ୍ଚିଛି। ଡିଜେଲ ମଧ୍ୟ ଲିଟର ପିଛା ୧୦୨ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଛି। ଅନ୍ୟପଟେ କୋଲକାତାରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଇ ଦର ୯୭ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ଲିଟର ୯୮ ଟଙ୍କା ୯୨ ପଇସାକୁ ବଢ଼ିଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୩୫ ପଇସା ଲେଖାଏ ବଢ଼ିଛି।

Leave a Reply

Your email address will not be published. Required fields are marked *

Related Posts