FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସାବଧାନ ! ଓବେର, ଓଲା, ରେପିଡୋ ଡାଟା ଚୋରି କରୁଥିବା ଆସିଛି ସଂଗୀନ ଅଭିଯୋଗ

ସାବଧାନ ! ଓବେର, ଓଲା, ରେପିଡୋ ଡାଟା ଚୋରି କରୁଥିବା ଆସିଛି ସଂଗୀନ ଅଭିଯୋଗ

ସାବଧାନ ! ଓବେର, ଓଲା, ରେପିଡୋ ଡାଟା ଚୋରି କରୁଥିବା ଆସିଛି ସଂଗୀନ ଅଭିଯୋଗ
SHARE NOW :

ଲାଇଭ ଓଡ଼ିଶା (ବ୍ୟୁରୋ): ଯଦି ଆପଣ ଓଲା, ଓବେର ଏବଂ ରେପିଡୋ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନୀ ଗୁଡିକ ଆପ୍ ମାଧ୍ୟମରେ ନିଜର ନାମ, ଠିକଣା ଓ ନିଜସ୍ୱ ସମ୍ପୂର୍ଣ୍ଣ ତଥ୍ୟ ଜମା କରୁଛନ୍ତି । ଗ୍ରାହକମାନଙ୍କୁ କୁହାଯାଉଛି କି ଏହି ସବୁ ତଥ୍ୟ ଆଗକୁ ଭଲ ସର୍ଭିସ ପାଇଁ ସଂଗ୍ରହ କରାଯାଉଛି । କିନ୍ତୁ ଗ୍ରାହକମାନଙ୍କ ନିଜସ୍ୱ ତଥ୍ୟ ଥାର୍ଡ ପାର୍ଟିକୁ ବିଜ୍ଞାପନ ପାଇଁ ବିକ୍ରି କରିଦିଆଯାଉଛି ।
ସବୁଠାରୁ ଅଧିକ ଏହି ୩ଟି ଆପ୍ ଡାଟା ସଂଗ୍ରହ କରୁଛି :-

ସାଇବର ସିକ୍ୟୁରିଟ୍ କମ୍ପାନୀ ସର୍ଫସାର୍କର ଏକ ଷ୍ଟଡିରେ ଆଶ୍ଚର୍ଯ୍ୟଜନକ କଥା ଖୁଲାସା କରିଛି । ଗ୍ରେବ ଟେକ୍ସି, ୟାନ୍‌ଡେକ୍ସ ଗୋ ଏବଂ ଉବେର ସବୁଠାରୁ ଅଧିକ ଡାଟା ସଂଗ୍ରହ କରୁଛି । ଭାରତୀୟ କମ୍ପାନୀ ଓଲା ମଧ୍ୟ ଡାଟା ସଂଗ୍ରହ କରିବାରେ ଷଷ୍ଠ ସ୍ଥାନରେ ରହିଛି । ରେପିଡୋ ମଧ୍ୟ ଡାଟା ସଂଗ୍ରହ କରୁଛି କିନ୍ତୁ ଗ୍ରେବ ଟେକ୍ସିର ତୁଳନାରେ ୧୦ଗୁଣା କମ୍ ରହିଛି ।
ବିଜ୍ଞାପନ ଦେଉଥିବା କମ୍ପାନୀକୁ ବିକ୍ରି କରାଯାଉଛି :-

ଯେଉଁମାନେ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ୩୦ଟି ଆପ ମଧ୍ୟରୁ ୯ଟି କମ୍ପାନୀ ୟୁଜରମାନଙ୍କ (ନାମ, ଠିକଣା, ମୋବାଇଲ ନମ୍ବର, ଇ-ମେଲ) ଥାର୍ଡ ପାର୍ଟିକୁ ବିଜ୍ଞାପନ ପାଇଁ ପ୍ରଦାନ କରାଯାଉଥିବା ସର୍ଫସାର୍କ ସିଇଓ ବ୍ୟତୋଷ କାଜିଓକୋନିସ ଏକ ଷ୍ଟଡିରେ କହିଛନ୍ତି ।
ଉବେର ଏବଂ ଲିପ୍ଟ ଭଳି କିଛି କମ୍ପାନୀ ଜାତି, ସେକ୍ସୁଆଲ, ପ୍ରେଗନେନ୍ସି, ଚାଇଲ୍ଡବର୍ଥ, ଇନ୍‌ପରମେସନ, ବାୟୋମେଟ୍ରିକ ଡାଟା ସମ୍ବେଦନଶୀଳ ତଥ୍ୟ ମଧ୍ୟ ସଂଗ୍ରହ କରୁଥିବା ଜଣାପଡିଛି । ରେପିଡୋ, ୟାନ୍‌ଡେକ୍ସ ଗୋ, ଟେକ୍ସି ୟୁ ଭଳି କମ୍ପାନୀ ଗୁଡିକ କମ୍ ଡାଟା ସଂଗ୍ରହ କରୁଛି । ତେବେ ଭାରତୀୟ କମ୍ପାନୀ ରେପିଡୋ ଏହି ମାମଲାରେ ୨ୟ ସ୍ଥାନରେ ରହିଛି । ୩ୟ ନଂରେ ‘ଲିକେବ’ କମ୍ପାନୀ ବିଜ୍ଞାପନ, ଲୋକେସନ ଓ ଇ-ମେଲ ଆଇଡି ଭଳି ତଥ୍ୟ ସଂଗ୍ରହ କରୁଛି ।
କେଉଁ ୱେବ୍‌ସାଇଟ୍‌କୁ ବ୍ୟବହାର କରୁଛନ୍ତି ତାହା ଉପରେ ନଜର ରଖାଯାଇଛି

ଆପ୍‌ସ୍ ଗୁଡିକ ସମ୍ବେଦନଶୀଳ ଡାଟା ସଂଗ୍ରହ ପାଇଁ ପରମିଶନ ଦେବା ଦ୍ୱାରା ରିସ୍କ ବଢାଉଛନ୍ତି । ଏହି କାରଣରୁ ଗ୍ରାହକମାନେ ଯେଉଁଠିକି ଯାତ୍ରା କରୁଛନ୍ତି, ଡିଜିଟାଲ ଫୁଟପ୍ରିଣ୍ଟ ଛାଡି ଆସୁଛନ୍ତି । ସର୍ଭିସ ବଦଳରେ ପର୍ସନାଲ ଡାଟା ଗୁଡିକ ଥାର୍ଡ ପାଟି ପାଖକୁ ପହଞ୍ôଚ ଯାଉଛି । ଏପରି କେଉଁ ଲିଙ୍କସ୍ ଉପରେ ଆପଣ କ୍ଳିକ କରୁଛନ୍ତି, ତାହା ମଧ୍ୟ ଏହି ଆପ ମାଧ୍ୟମରେ ଜଣାପଡିଯାଉଛି ।

Leave a Reply

Your email address will not be published. Required fields are marked *

Related Posts