କରୋନା ଭ୍ୟାକ୍ସିନ ନେଇଥିଲେ ପାଇବେ ୭ % ରିହାତି

SHARE NOW :
ରାଉରକେଲା(ଲାଇଭ୍ଓଡ଼ିଶା ନ୍ୟୁଜ୍): ରାଉରକେଲା ବିଶ୍ରା ରୋଡ୍ରେ ଥିବା ଏକ ବେକ୍ରି ଦୋକାନ ଏଭଳି ଅଭିନବ ପନ୍ଥା ଆପଣାଇଛି। ଯେଉଁମାନେ ଭ୍ୟାକ୍ସିନ୍ର ପ୍ରଥମ କିମ୍ବା ଦୁଇଟି ଯାକ ଡୋଜ୍ ନେଇଥିବେ, ସେମାନଙ୍କୁ ଏହି ଡିସ୍କାଉଣ୍ଟ ମିଳିବ। ଏଥିପାଇଁ ଗ୍ରାହକଙ୍କୁ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଦେଖାଇ ବାକୁ ପଡ଼ିବ। କରୋନା ଟିକା ନେଇ ହେଉଥିବା ଗୁଜବକୁ ନେଇ କିଛି ଲୋକ ଟିକା ନେବାକୁ ଡରୁଥିବା ବେଳେ କରୋନା ଟିକାକରଣ ପାଇଁ ଏଭଳି ନିଆରା ସଚେତନତା କରାଯାଇଛି। ଲୋକମାନେ ଟିକା ନେବା ପାଇଁ ନଡରି ଟିକା ନିଅନ୍ତୁ ବୋଲି ଦୋକାନ ମାଲିକ କହିଛନ୍ତି। ଟିକା ନିଅନ୍ତୁ ସୁସ୍ଥ ରୁହନ୍ତୁ ବୋଲି ସେ କହିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ କିଛି ଦୋକାନୀ ମଧ୍ୟ ଏଭଳି ଡିସ୍କାଉଣ୍ଟ ଦେଉଥିବା ଘଟଣା ସାମ୍ନାକୁ ଆସିଛି। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍ରୁ ଖାଇବା ଅର୍ଡର କଲେ ୫% ଡିସ୍କାଉଣ୍ଟ୍ ମିଳିବ।