- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଏବେ ହିଁ ଅର୍ଡର କରନ୍ତୁ ୮୦ହଜାର ଟଙ୍କାର vivo ଫୋନ୍ ମାତ୍ର ୧୦୧ ଟଙ୍କାରେ
ଏବେ ହିଁ ଅର୍ଡର କରନ୍ତୁ ୮୦ହଜାର ଟଙ୍କାର vivo ଫୋନ୍ ମାତ୍ର ୧୦୧ ଟଙ୍କାରେ

SHARE NOW :
*Vivo x70 ମୋବାଇଲକୁ ଯଦି ଆପଣ Citi Bank, ICICI Bank, Kotak Bank, IDFC First Bank & HDB Financial Services ମାଧ୍ୟମରେ କିଣିଲେ ପାଇପାରିବେ ୧୦ ପ୍ରତିଶତ ରିହାତି ।
ଲାଇଭ୍ ଓଡ଼ିଶା (ବ୍ୟୁରୋ): ଦୀପାବଳିକୁ ଆଉ କେଇଟା ଦିନ ବାକି ଥିବା ବେଳେ ଲୋକମାନେ ସପିଂ କରିବା ଆରମ୍ଭ କରିଦେଲେଣି । ଏହାକୁ ନଜରରେ ରଖି ବଜାରକୁ Vivo ଫୋନ ଏକ ନୂଆ ଅଫର ଜାରି କରିଛି । ଯେଉଁଥିରେ Vivo x70, Vivo V21, Vivo Y73, Vivo Y33s ସ୍ମାର୍ଟଫୋନକୁ ବମ୍ପର ଅଫର୍ସ ସହ ବିକ୍ରି କରୁଥିବା ଜଣାପଡିଛି । ଏହି ଅଫର ଆସନ୍ତା ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ବୈଧ ରହିବ । Vivo କମ୍ପାନୀ କେବଳ ବଜାଜ ଫାଇନାନ୍ସ (Bajaj Finance) ସହ ବୁଝାମଣା କରିଥିବା ବେଳେ ଗ୍ରାହକମାନେ ୧୦୧ ଟଙ୍କାରେ ଫୋନ କିଣିପାରିବେ । ତତ୍ସହିତ ବହୁତ ଗୁଡିଏ ବ୍ୟାଙ୍କ ସହିତ ବୁଝାମଣା ମଧ୍ୟ କରିଛି, ଯେପରି ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫର ମଧ୍ୟ ରହିଛି ।
ଯଦି ଆପଣ Vivo x70 ଫୋନ Citi Bank, ICICI Bank, Kotak Bank, IDFC First Bank & HDB Financial Services ମାଧ୍ୟମରେ କିଣିଲେ ୧୦ ପ୍ରତିଶତ ରିହାତି ମିଳିବ । ଏଥିସହିତ ୱାନ ଟାଇମ୍ ସ୍କ୍ରୀନ ରିପ୍ଳେସମେଣ୍ଟ, ଇଏମ୍ଆଇ, ଏକ ବର୍ଷର ୱାରେଣ୍ଟି ଏବଂ ଜିଓ ପକ୍ଷରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ରହିବ । ଭାରତରେ Vivo x70 Proର ମୂଲ୍ୟ ୪୬, ୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ Vivo x70 Pro+ର ମୂଲ୍ୟ ୭୯, ୯୯୦ ରହିଛି । Vivo V21 5G & Vivo V21e 5G ମୋବାଇଲ ଉପରେ ମଧ୍ୟ ଦୀପାବଳିର ଅଫର ବଜାୟ ରହିବ ।
Vivo Y73 & Vivo Y33 ସ୍ମାର୍ଟଫୋନକୁ ICICI Bank, Kotak Bank, IDFC First Bank & HDB Financial Services ଜରିଆରେ କିଣିଲେ ଆପଣଙ୍କୁ ୨,୫୦୦ ଟଙ୍କା କ୍ୟାସବ୍ୟାକ୍ ଦିଆଯିବ । ୱାନ ଟାଇମ ସ୍କ୍ରୀନ ରିପ୍ଳେସମେଣ୍ଟ, ଏକ ବର୍ଷ ପର୍ଯ୍ୟନ୍ତ ଏକ୍ସଟେଣ୍ଟ ୱାରେଣ୍ଟି, ଜିଓ ବେନିଫିଟ୍ସ ଏବଂ ବଜାଜ ଫାଇନାନ୍ସ ତରଫରୁ ୧୦୧ ଟଙ୍କାର ଅଫର ମଧ୍ୟ ସାମିଲ ରହିଛି । ଏଥିସହିତ ୱାଇ ସିରିଜ୍ ମୋବାଇଲ ଫୋନ୍ରେ ନୋ-କୋଷ୍ଟ ଇଏମ୍ଆଇର ବିକଳ୍ପ ମଧ୍ୟ ଉପଲବ୍ଧ ଅଛି ।
ଏହି ସବୁ ଅଫର Vivo India Store, E-Commerce Site, Offline Store ରେ ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୈଧତା ରହିଛି ।
Latest Tech News, Smart Phone Review & ଲୋକପ୍ରିୟ E-Commerce Siteରୁ ମିଳୁଥିବା Exclusive Offres ପାଇଁ Like & Comments କରନ୍ତୁ ।