- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଦମ୍ଦାର୍ ଫିଚର ସାଙ୍ଗକୁ ୨୧ହଜାର ଟଙ୍କାରେ ବଜାରକୁ ଆସିଲା Vivo-Y75 5G
ଦମ୍ଦାର୍ ଫିଚର ସାଙ୍ଗକୁ ୨୧ହଜାର ଟଙ୍କାରେ ବଜାରକୁ ଆସିଲା Vivo-Y75 5G

SHARE NOW :
Vivo-Y75 5G ଫୋନ ଭାରତୀୟ ବଜାରରେ ପ୍ରବେଶ କରିଛି । ଯେଉଁଥିରେ ୫୦ ମେଗାପିକ୍ସିଲ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ମେଡିଆଟେକ୍ ଡାଇମେନ୍ସନ୍ 700 SoC ପ୍ରୋସେସିଂରେ ଚାଲୁଛି ମୋବାଇଲ । ଏଥିରେ ବ୍ୟାଟେରୀ କେପାସିଟି 5,000mAh ରହିଛି ।
Vivo-Y75 5G ର ମୂଲ୍ୟ ୨୧ହଜାର ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ମାର୍ଟଫୋନ ସିଙ୍ଗଲ 8GB ରାମ ଏବଂ 128GB ଷ୍ଟୋରେଜ୍ ଅଫ୍ସନ ରହିଛି । ସ୍ମାର୍ଟ ଫୋନ୍ ଗ୍ଲୋଇଂ ଗ୍ୟାଲେକ୍ସି ଏବଂ ଷ୍ଟାରଲାଇଟ ବ୍ଳାକ କଲର ଅଫସନରେ ମିଳୁଥିବା ବେଳେ Vivo ଭାରତୀୟ ଇ-ଷ୍ଟୋର ଏବଂ ପାର୍ଟନର ରିଟେଲ ଷ୍ଟୋର୍ସ ଦୋକାନରେ ବିକ୍ରି କରାଯାଉଛି ।
Vivo-Y75 5G Specification
Vivo-Y75 5G ଆଣ୍ଡ୍ରୋଏଡ-୧୨ ସହିତ ଓଏସ୍-୧୨ରେ ପରିଚାଳିତ ହେଉଛି । ସ୍ମାର୍ଟଫୋନ୍ରେ ୬.୫୮ ଇଞ୍ଚ (1080×2408 ପିକ୍ସଲ) ଫୁଲ୍ HD+ IPS LCD ଡିସ୍ପ୍ଲେ ରହିଛି । Vivo-Y75 5G ଏକ ଅକ୍ଟା-କୋର ମିଡିଆ ଟେକ୍ ଡାଇମେନ୍ସନ୍ 700 SoC ଏବଂ 8GB ରାମ ରହିଥିବା ଜଣାପଡିଛି ।
Vivo-Y75 5G ଟ୍ରିପଲ ରିୟର କ୍ୟାମେରା ସେଟ୍ଅପ୍ ଲେନ୍ସ ରହିଛି । ଯେଉଁଥିରେ f/1.8 ଅପଚର ଲେନ୍ସର ୫୦-ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, f/2.0 ଲେନ୍ସର ୨-ମେଗାପିକ୍ସଲର ମାଇକ୍ରୋ କ୍ୟାମେରା ଏବଂ f ସହିତ ୨-ମେଗାପିକ୍ସଲର ଏକ କ୍ୟାମେରା ରହିଛି । ସ୍ମାର୍ଟଫୋନ୍ରେ f/2.0 ଅପର୍ଚର ଲେନ୍ସର ୧୬-ମେଗାପିକ୍ସଲର ସେଲ୍ଫି କ୍ୟାମେରା ମଧ୍ୟ ରହିଛି ।
ସ୍ମାର୍ଟଫୋନ୍ରେ 5,000mAh ରେ ପରିଚାଳିତ ହେଉଛି । USB ଟାଇପ୍-ସି ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । କମ୍ପାନୀ କହିବା ମୁତାବକ Vivo-Y75 5G ଡାଇମେନ୍ସନ୍ 164×75.84×8.25 ମିଲିମିଟର ରହିଥିବା ବେଳେ ୧୮୮ ଗ୍ରାମ ଓଜନ ରହିଛି । ଏଥିସହିତ ମେଟାଲ ଡିକ୍ଟେକର ମଧ୍ୟ ଲାଗିଛି ।
Vivo-Y75 5G ରେ 5G, 4G LTE, ବ୍ଲୁଟୁଥ୍ 5.1, WiFi, GPS & FM ରେଡିଓ ସପୋର୍ଟ ମଧ୍ୟ ମିଳିବ ।