କିମ୍ସରେ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର : ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍’ ପାଇଁ କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ସହଯୋଗରେ ପାନାସିଆ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ ଡେଙ୍ଗୁ ଟିକାର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ୧୮ଟି ରାଜ୍ୟର ୧୮ଟି ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର ହସ୍ପିଟାଲ୍ ଭାବେ କିମ୍ସ ତୃତୀୟ