
ଅମାନିଆ ଅଫିସରଙ୍କୁ ଶିଷ୍ଟାଚାର ଛାଟ
ସରକାରୀ ଅଫିସରେ ବସି ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ହେୟଜ୍ଞାନ କରିବା ଏଣିକି ଅମାନିଆ ସରକାରୀ ବାବୁମାନଙ୍କୁ ମହଙ୍ଗା ପଡ଼ିବ । ସଂସଦୀୟ କମିଟିର କଡ଼ା ଚେତାବନୀ ପରେ କେନ୍ଦ୍ର ସରକାର ଚଳିତମାସ ୧୨ ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକି ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି । ବିଧାୟକ ଓ ସାଂସଦମାନଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟେକଲକୁ ଉଲ୍ଲଘଂନ କଲେ ଅବା ନିଜର ବଦଳି-ପଦୋନ୍ନତି ଅବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ










