FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କଏଦୀ ମାନଙ୍କ ଭିତରେ ସଂଘର୍ଷ, ୬୮ମୃତ

କଏଦୀ ମାନଙ୍କ ଭିତରେ ସଂଘର୍ଷ, ୬୮ମୃତ

କଏଦୀ ମାନଙ୍କ ଭିତରେ ସଂଘର୍ଷ, ୬୮ମୃତ
SHARE NOW :

ଲାଇଭ ଓଡିଶା ନ୍ୟୁଜ: ଲଗାତାର ଭାବେ ଶୁଣିବାକୁ ମିଳିଥିଲା ଗୁଳି ଫୁଟିବା ଓ ବିସ୍ଫୋରଣର ଶବ୍ଦ । କଏଦୀ –କଏଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ହଣାକଟାର ପରିସ୍ଥିତି । ଜେଲ ପାଲଟିଯାଇଥିଲା ରଣକ୍ଷେତ୍ର । ଯେଉଁଥିରେ ୬୮ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ରୁ ଅଧିକ କଏଦୀ ଆହତ ହୋଇଛନ୍ତି । ଏଭିତି ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି ସାଉଥ ଆମେରିକାର ଇ୍‌କ୍ୱାଡୋର ସବୁଠାରୁ ବଡ ଜେଲରେ । ଜେଲରେ ଏକ ପ୍ରକାର ରକ୍ତସଂଘର୍ଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ରକ୍ତ ସଂଘର୍ଷର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତଟବର୍ତ୍ତୀ ସହର ଗ୍ୱାୟାକିଲରେ ଜେଲ ପାଖରେ ରହୁଥିବା ଲୋକମାନେ ଘଂଟା ଘଂଟା ଧରି ଲଗାତାର ଭାବରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଜେଲ ଭିତରୁ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ପୋଲିସ୍ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଏହି ଘଟଣାରେ ଅନେକ ସଂଖ୍ୟାରେ କଏଦୀ ଆହତ ହୋଇଛନ୍ତି । ସୁରକ୍ଷାବାହିନୀ ମାନେ ବିପୁଳ ପରିମାଣରେ ଜେଲ ଭିତରୁ ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରିଛନ୍ତି । ତେବେ ଏହି ଭୟଙ୍କର ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସେଥିରେ ଦେଖିବାକୁ ମିଳିଛି ଯେ, କିଛି ଶବ ଜଳିଯାଇଛି ଓ କିଛି ଭୁମି ଉପରେ ପଡ଼ିଛି । ମୋଟ ୬୮ ଜଣ ମୃତ୍ୟୁବରଣ କରିଛନ୍ତି । ବାସ୍ତବରେ, ଅକ୍ଟୋବର ମାସରେ ରାଷ୍ଟ୍ରପତି ଗୁଇଲେର୍ମା ଲାସୋଙ୍କ ଦ୍ୱାରା ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ଯାହା ସୁରକ୍ଷା ବାହିନୀକୁ ଡ୍ରଗ୍ କାରବାର ତଥା ଅନ୍ୟାନ୍ୟ ଅପରାଧ ସହ ଲଢ଼ିବା ପାଇଁ କ୍ଷମତା ପ୍ରଦାନ କରିଥିଲେ । ଏହି ଘଟଣା ପରେ ବହୁ ସଂଖ୍ୟାରେ ଅଭିଯୁକ୍ତ ମାନେ ଗିରଫ ହୋଇ ଜେଲ ଯାଇଥିଲେ । ଏହି ହିଂସାତ୍ମକ ଘଟଣା ପଛରେ ଆନ୍ତର୍ଜାତୀୟ ଡ୍ରଗ୍ ଗ୍ୟାଙ୍ଗ ସହ ଜଡିତ ଲୋକଙ୍କୁ ଦାୟୀ କରାଯାଇଛି। ଚଳିତ ବର୍ଷ ଏପର‌୍ୟ୍ୟନ୍ତ ଇକ୍ୟୁଏଡର କାରାଗାରରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *

Related Posts