- Home
- »
- Breaking News
- »
- ମୁଣ୍ଡ ବଦଳରେ ମୁଣ୍ଡ, ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ସେନା
ମୁଣ୍ଡ ବଦଳରେ ମୁଣ୍ଡ, ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ସେନା

SHARE NOW :
ଜମ୍ମୁକଶ୍ମୀର(ଲାଇଭ ଓଡିଶା ନ୍ୟୁଜ): ପ୍ରତିଶୋଧ ନେଲା ଭାରତ । ୫ଯବାନଙ୍କ ବଳିଦାନରେ ୩ମୁଣ୍ଡ ନେଲା । ଜମ୍ମୁ ସୋପିୟାନ ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ । ଏମାନଙ୍କ ମଧ୍ୟରେ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡିଛି । ଏବଂ ସେ ବିହାରରେ ହୋଇଥିବା ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବୋଲି ସୂଚନା ମିଳିଛି । ଏବଂ ପୋଲିସର ସୂଚନା ଅନୁଯାୟୀ ଆତଙ୍କବାଦୀ ମାନଭ୍କ ପାଖରୁ ଅନେକ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଗତକାଲି ଜମ୍ମୁକଶ୍ମୀର ପୁଂଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ପୁଂଚଜିଲ୍ଲାର ସୁରନକୋଟ ଅଂଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ୍ ଗୁଳିମାଡ଼ କରିଥିଲେ ।