FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ମୁମ୍ବାଇ ଦୁଷ୍କର୍ମ ଘଟଣା: ଆଖି ବୁଜିଲେ ପିଡିତା

ମୁମ୍ବାଇ ଦୁଷ୍କର୍ମ ଘଟଣା: ଆଖି ବୁଜିଲେ ପିଡିତା

ମୁମ୍ବାଇ ଦୁଷ୍କର୍ମ ଘଟଣା: ଆଖି ବୁଜିଲେ ପିଡିତା
SHARE NOW :

ମୁମ୍ବାଇ( ଲାଇଭ୍ ଓଡିଶା ନ୍ୟୁଜ୍‌): ବହୁ ଦିନରୁ ଯନ୍ତ୍ରଣା ସହି ନପାରି ଶେଷରେ ଆଖି ବୁଜିଲେ ପିଡିତା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରି ଦେଇଥିଲେ। ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିବା ଅବସ୍ଥାରେ ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। ସେ ଭେଣ୍ଟିଲେଟରରେ ଥିବା ସମୟରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।


ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନଙ୍କୁ ପୁଲିସ ଗିରଫ କରି ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ।


ଅନ୍ୟପଟେ ଘଟଣା ଦିନର ପୂରା ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମୋହିତ ଚୌହାନ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ୍ କରିବା ସହ ଲୁହା ରଡ୍ ରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି ସାରିଛି ହେଲେ ନ୍ୟାୟ କେବେ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *

Related Posts