ମାଓବାଦୀ ଓ ଯବାନ ମୁହାଁମୁହିଁ, ୨ ଜଣ ମାଓବାଦୀ ନିହତ

SHARE NOW :
ଛତିଶଗଡ଼ (ଲାଇଭ୍ ଓଡ଼ିଶା ନ୍ୟୁଜ୍): ମାଓବାଦୀ ଓ ଯବାନଙ୍କ ଗୁଳି ବିନିମୟରେ ୨ ଜଣ ମାଓବାଦୀ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ଼ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଡମିନେସନ ବେଳେ ଗୁଳି ବନିମୟ ହୋଇଥିଲା। ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଗୁଳି ବିନିମୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।