- Home
- »
- Breaking News
- »
- ଷଷ୍ଠ ଶ୍ରେଣୀରୁ ଗଣଦୁଷ୍କର୍ମର ଶିକାର ହୋଇଆସୁଥିଲେ ୧୭ବର୍ଷୀୟ ନାବାଳିକା, ଅପରାଧରେ ସାମିଲ ଥିଲେ ବାପା
ଷଷ୍ଠ ଶ୍ରେଣୀରୁ ଗଣଦୁଷ୍କର୍ମର ଶିକାର ହୋଇଆସୁଥିଲେ ୧୭ବର୍ଷୀୟ ନାବାଳିକା, ଅପରାଧରେ ସାମିଲ ଥିଲେ ବାପା

SHARE NOW :
ଉତ୍ତରପ୍ରଦେଶ(ଲାଇଭ ଓଡିଶା ନ୍ୟୁଜ): ଗଣଦୁଷ୍କର୍ମର ଶିକାର ହେଉଥିଲେ ଜଣେ ୧୭ବର୍ଷୀୟ ନାବାଳିକା । ଏଭଳି ଏକ ଅମାନବୀୟ ଅପରାଧରେ ସାମିଲ ଥିଲେ ନିଜର ଜନ୍ମ କଲା ବାପା । ନିଜ ପିତା ସମେତ ୨୮ଜଣ ବ୍ୟକ୍ତିଙ୍କ ଦ୍ୱାରା ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଳିତପୁର ଅଂଚଳରେ । ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ହଇଚଇ ସୃଷ୍ଟି ହୋଇଯାଇଥିବା ବେଳେ ପୀଡିତା ଜଣକ ନିଜ ସହ ହୋଇଥିବା ଅନ୍ୟାୟ ବିରୁଧରେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନାବାଳିକା ଜଚ୍ଚଙ୍କ ଅଭିଯୁକ୍ତମାନେ ତାଙ୍କୁ ଦୀର୍ଘ ବର୍ଷ ଧରି ଯୌନ ନିର୍ୟାତନା ଦେଇ ଆସୁଥିଲେ। , ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ତାଙ୍କ ପିତା ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ପରେ ତାଙ୍କୁ ମହେଶପୁରାର ଏକ ପଡ଼ିଆକୁ ନେଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣାର କିଛି ଦିନ ପରେ, ବାପା ନିୟମିତ ଭାବରେ ତାଙ୍କୁ ସଙ୍ଗରେ ବାହାରକୁ ନେବାକୁ ଲାଗିଲେ ଯେଉଁଠାରେ ତାଙ୍କୁ ଏକାଧିକ ପୁରୁଷ ଗଣଦୁଷ୍କର୍ମ କରୁଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୫୪, ୩୭୬, ୩୨୩, ୩୨୮, ୫୦୬, ୧୨୦ ପୋକ୍ସୋ ଅଧିନିୟମର ଧାରା ୫ ଏବଂ ୬ ଅନୁଯାୟୀ ଘଟଣାରେ ସଂପୃକ୍ତ ସମସ୍ତ ୨୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ସମାଜବାଦୀ ପାର୍ଟି (ଏସପି)ର ସଦସ୍ୟମାନେ ମଧ୍ୟ ସାମିଲ ଥିବା ସେ ତାଙ୍କ ଅଭିଯୋଗରେ କହିଛନ୍ତି। ତେବେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି’ ବୋଲି ଲଲିତପୁର ପୁଲିସ ଅଧୀକ୍ଷକ ଗଣମାଧ୍ୟମକୁ କହିଛନ୍ତି।