FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ଚକଲେଟ ଲୋଭ ଦେଖାଇ ଶିଶୁ କନ୍ୟାକୁ ଦୁଷ୍କର୍ମ, ଜଣେ ଗିରଫ

ଚକଲେଟ ଲୋଭ ଦେଖାଇ ଶିଶୁ କନ୍ୟାକୁ ଦୁଷ୍କର୍ମ, ଜଣେ ଗିରଫ

ଚକଲେଟ ଲୋଭ ଦେଖାଇ ଶିଶୁ କନ୍ୟାକୁ ଦୁଷ୍କର୍ମ, ଜଣେ ଗିରଫ
SHARE NOW :

ଯାଜପୁର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଚକଲେଟ ଲୋଭ ଦେଖାଇ ଜଣେ ୫ ବର୍ଷ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଝିଅଟି ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ପ୍ରଫୁଲ୍ଲ ତାକୁ ଚକଲେଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଚିତ୍କାର କରିବାରୁ ଘଟଣାସ୍ଥଳରୁ ଫେରାର ହୋଇଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ପୋଲିସ । ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts