FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ୫ବର୍ଷର ଝିଅକୁ ବେହୋସ କରି କଲେ ଗଣଦୁଷ୍କର୍ମ

୫ବର୍ଷର ଝିଅକୁ ବେହୋସ କରି କଲେ ଗଣଦୁଷ୍କର୍ମ

୫ବର୍ଷର ଝିଅକୁ ବେହୋସ କରି କଲେ ଗଣଦୁଷ୍କର୍ମ
SHARE NOW :

ଔରାଙ୍ଗାବାଦ୍(ଲାଇଭ ଓଡିଶା ନ୍ୟୁଜ): ଗୋଟିଏ ପଟେ ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ , ଅନ୍ୟପଟେ ବଢିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରୀ ଭଳି ଅନେକ ସଂଗୀନ ଅପରାଧ କରିବା ପାଇଁ ତିଳେ ମାତ୍ର କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀମାନେ । ଅପରାଧର ଏହି ଚକ୍ରବ୍ୟୁହରେ ଫଶିରହିଛନ୍ତି ସାଧାରଣ ଜନତାମାନେ । ସବୁ ଅପରାଧକୁ ବାଦ୍ ଦେଲେ ବର୍ତ୍ତମାନ ସମାଜରେ ବଢିଚାଲିଛି ଗଣଦୁଷ୍କର୍ମ । ।ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟଷ୍କ ଓ ବୃଦ୍ଧା ମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାଁନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଔରାଙ୍ଗାବାଦ୍ ଜିଲ୍ଲାର ବଦନପୁର ଥାନା ଅନ୍ତର୍ଗତ ଫୁଲବାରିୟା ଗାଁରୁ ।


ଉକ୍ତ ଗ୍ରାମର ଜଣେ ୫ବର୍ଷର ଝିଅ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ରାସ୍ତା ମଝିରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ୫ଜଣ ଯୁବକ । ଝିଅଟି ଉପରେ ବେହୋସ ହେବା ସ୍ପ୍ରେ ମାରି ରାସ୍ତା ମଝିରୁ ଉଠାଇ ନେଇ ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡିଛି । ପରିବାର ଲୋକେ କୈାଣସି ମତେ ଏସବୁ ଖବର ପାଇବା ପରେ ତୁରନ୍ତ ପୋଲିସକୁ ଜଣାଇଥିଲେ । ପୋଲିସ୍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଦୁଇଜଣ ଫେରାର୍ ଅଛନ୍ତି । ପୀଡ଼ିତାଙ୍କ ଚିକିତ୍ସା ସଦର ହସ୍ପିଟାଲରେ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Related Posts