- Home
- »
- Breaking News
- »
- ଡ୍ରଗ୍ସ ମାମଲାକୁ ନେଇ ଖୋଲୁଛି ନୂଆ ରହସ୍ୟ, ବଢୁଛି ଆର୍ଯ୍ୟନ୍ଙ୍କ ଅଡୁଆ
ଡ୍ରଗ୍ସ ମାମଲାକୁ ନେଇ ଖୋଲୁଛି ନୂଆ ରହସ୍ୟ, ବଢୁଛି ଆର୍ଯ୍ୟନ୍ଙ୍କ ଅଡୁଆ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ); ଦିନକୁ ଦିନ ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ଏନସିବିର ଚକ୍ରବ୍ୟୁହୁରେ ଫସିବାରେ ଲାଗିଛନ୍ତି । ମାମଲାରେ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ଆର୍ୟ୍ୟନ୍ ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍ ଆଶଙ୍କା କରୁଛି ଏନସିବି । ଏ ନେଇ ଏନସିବି ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି । ଗତ ୨ ତାରିଖରେ ମୁମ୍ବାଇ ସମୁଦ୍ର ମଧ୍ୟରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ସମୟରେ ଚଢଉ କରିଥିଲା ଏନସିବି । ଘଟଣାରେ ଆର୍ୟ୍ୟନ୍ଙ୍କ ସହ ୨୦ ଜଣ ଗିରଫ ହେଲେଣି । ତଦନ୍ତ ବେଳେ ଏନସିବିକୁ ଆର୍ୟ୍ୟନ୍ଙ୍କ ମୋବାଇଲରୁ ବହୁ ଚାଟ୍ ମିଳିଥିଲା । ଏଥିରେ ଡ୍ରଗ୍ସ ଚାଟ୍ ଥିବା ଏବଂ ବିଦେଶୀ ନାଗରିକଙ୍କ ଚାଟ୍ ଥିବା କଥା ମଧ୍ୟ ଏନସିବି ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ଆର୍ୟ୍ୟନ୍ଙ୍କ ସହ ଚାଟରେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଡ୍ରଗ୍ସ କାରବାର ନେଇ ପୂରା ଖୋଳତାଡ କରିବାକୁ ଚାହୁଁଛି ଏନସିବି । ଫଳରେ ଦେଶ ବାହାରେ ଏହି ଡ୍ରଗ୍ସ କାରବାର ଚେରର ଖୋଳତାଡ କରିପାରିବ ଏନସିବି । ଏପଟେ ଆର୍ୟ୍ୟନ୍ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୦ ତାରିଖ ଯାଏଁ ଟଳିବା ପରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି ।